ତୀବ୍ର ହେଲା ବିଡ଼ିଓଙ୍କୁ ମାଡ଼ ମାରିବା ଘଟଣା: ସରପଞ୍ଚଙ୍କ ସ୍ୱାମୀ ସମେତ ତିନି ଜଣଙ୍କୁ ଗିରଫ କଲା ପୋଲିସ୍

417

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡ଼ିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ମାରିବା ଘଟଣା ତୀବ୍ର ହେବାରେ ଲାଗିଛି । ବିଡିଓଙ୍କୁ ମାଡ଼ ମରା ଘଟଣାକୁ ନେଇ ଝରିଗାଁ ବ୍ଲକ କର୍ମଚାରୀ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ନିଜକୁ ସମସ୍ତ କର୍ମଚାରୀ ଅସୁରକ୍ଷିତ ମନେ କରି ଝରିଗାଁ ଥାନାରେ ମିଳିତ ଭାବେ ଏକ ଦାବିପତ୍ର ଦେଇଛନ୍ତି । ସେପଟେ ବିଡିଓଙ୍କ ଅଭିଯୋଗକୁ ଆଧାର କରି ସରପଂଚଙ୍କ ସ୍ୱାମୀ ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝରିଗାଁ ପୋଲିସ । ଅଭିଯୋଗ ଅନୁସାରେ ପବିତ୍ର ଓ ରମେଶ ବିଡିଓଙ୍କ କାର୍ଯ୍ୟାଳୟକୁ ପଶି ଆସି ପ୍ରଥମେ ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ । ଏହପରେ କେସ ରେଜିଷ୍ଟର ମାଗି ସେଥିରେ ଦସ୍ତଖତ କରିବାକୁ କହି ମାଡ଼ ମାରିଥିବା ଝରିଗାଁ ବିଡିଓ ଅଭିଯୋଗ ଆଣିଥିଲେ । ଅନ୍ୟପଟେ ପବିତ୍ର ସାନ୍ତା ଓ ରମେଶ ପାଲଟା ଅଭିଯୋଗ କରି କହିଛନ୍ତି ବିଡିଓ ଏକ କାମ ରିଲିଜ କରିବାକୁ ଦୁଇ ପ୍ରତିଶତ ଲାଂଚ ମାଗିଥିଲେ । ଲାଂଚ ନଦେବାକୁ ଅସଭ୍ୟ ଭାଷାରେ ଗାଳିଗଲୁଜ କରିିଥିବା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।