କନକ ବ୍ୟୁରୋ : ନିର୍ବାଚନ ବେଳେ ମଦ ଓ ଟଙ୍କା ବାଣ୍ଟିବା ପଡିଲା ମହଙ୍ଗା । ୩ ଜଣଙ୍କୁ ଗିରଫ କଲା ପୋଲିସ । ଟଙ୍କା ଓ ମଦ ନେଇ ଟାଙ୍ଗୀ ଚାନ୍ଦପୁର ଥାନା ମୟୂରଖାଲିଆ ପଂଚାୟତରେ ପହଞ୍ଚିଥିଲେ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଏବଂ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ।
ଲୋକଙ୍କୁ ଟଙ୍କା ଓ ମଦ ବାଣ୍ଟିବା ପୂର୍ବରୁ ସ୍ଥାନୀୟ ଲୋକେ ଏମାନଙ୍କୁ କାବୁ କରିନେଇଥିଲେ । ଖବର ପାଇ ପହଞ୍ଚିଥିଲା ଚାନ୍ଦପୁର ଥାନା ପୋଲିସ । ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ ଏବଂ ୱାର୍ଡ ସଭ୍ୟଙ୍କ ସ୍ୱାମୀ ନଣ୍ଡା ମହାରଣାଙ୍କୁ ପୋଲିସ ଗିରଫ କରିଛି । ଏହା ସହ ୧୦ ଲିଟର ମଦ ଓ ୨ଟି ବାଇକ୍ ଜବତ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-17-10h53m19s790.png)