କନକ ବ୍ୟୁରୋ : ଚୋରଙ୍କ ଟାର୍ଗେଟରେ ସମ୍ବଲପୁରୀ ଶାଢୀ । ସୋନପୁରରେ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ୍ । ଏକ ଚୋରି ଘଟଣାର ପର୍ଦ୍ଦାଫାସ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନେ ସୋନପୁରର ବିଭିନ୍ନ ଅଂଚଳରେ ଚୋରି କରୁଥିଲେ । ସେମାନଙ୍କ ମୁଖ୍ୟ ଟାର୍ଗେଟ ଥିଲା ସମ୍ବଲପୁରୀ ଶାଢୀ ଚୋରି କରିବା । ଏହି ଗ୍ୟାଙ୍ଗ ୩ ଲକ୍ଷ ଟଙ୍କାର ୪ ଶହ ଖଣ୍ଡ ଶାଢୀ ଚୋରି କରିଛନ୍ତି । ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ପୋଲିସ ।
ଏମାନେ ଡିସେମ୍ବର ଓ ଜାନୁଆରୀ ମାସରେ ଜିଲ୍ଲାର ତରଭା, ବିନିକା, ରାମପୁର ଓ ଉଲୁଣ୍ଡାରେ ଏହି ଶାଢୀ ଓ ବିଭିନ୍ନ ସାମଗ୍ରୀ ଚୋରି କରିଥିବା ଜଣାଯାଇଛି । ଗିରଫଙ୍କ ମଧ୍ୟରେ ୩ ଜଣ ବାଳ ଅପରାଧୀ ଓ ଜଣେ ମହିଳା ଅଛନ୍ତି । ଏହି ମହିଳାମାନେ ହିଁ ଶାଢୀ ଚୋରିର ମୁଖ୍ୟ କାର୍ପଟଦାର ଥିଲେ । ପୋଲିସ ୧୦ ଜଣିଆ ଟିମ ଗଠନ କରି ତନାଘନା ଆରମ୍ଭ କରିଛି ।