କନକ ବ୍ୟୁରୋ : ଦଶମ ଯାଏଁ ପାଠ ପଢ଼ିଛନ୍ତି, ହେଲେ ନିଜକୁ ବୈଜ୍ଞାନିକ କହିବୁଲୁଛନ୍ତି । ବାଲେଶ୍ୱରରେ ପୋଲିସ୍ ଦ୍ୱାରା ଅଟକ ହେଲେ ଆତ୍ମଘୋଷିତ ବୈଜ୍ଞାନିକ ଶ୍ୟାମସୁନ୍ଦର ରାଠୀ । ନିଜକୁ ବହୁତ ବଡ଼ ବୈଜ୍ଞାନିକ ବୋଲି ଏହି ବ୍ୟକ୍ତି ଜଣକ ଦାବି କରୁଥିଲେ । ହେଲେ ଭାରତୀୟ ଜାତୀୟ ପ୍ରତୀକକୁ ଷ୍ଟାମ୍ପରେ ବ୍ୟବହାର କରି ବିବାଦ ଘେରକୁ ଆସିଥିଲେ ।

Advertisment

ମୟୂରଭଞ୍ଜ ଜିଲ୍ଲାର ଶ୍ୟାମସୁନ୍ଦର ରାଠୀଙ୍କୁ ଉଠାଇନେଲା ସହଦେବଖୁଣ୍ଟା ଥାନା ପୋଲିସ୍ । ବାଲେଶ୍ୱର ଷ୍ଟେସନ କ୍ଲବ ପରିସରରେ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଶ୍ୟାମସୁନ୍ଦରଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ୍ । ତାଙ୍କୁ ଅଧିକ ପଚରାଉଚରା କରାଯାଉଛି । ପଚରାଉଚରା ବେଳେ ଶ୍ୟାମସୁନ୍ଦର କହିଛନ୍ତି ଯେ, ସେ ଦଶମ ପାସ୍ କରଛନ୍ତି, ହେଲେ ୨୩ ବର୍ଷ ହେଲା ଘରେ ଜଳ ସଂରକ୍ଷଣ ଉପରେ ଗବେଷଣା କରିଆସୁଛନ୍ତି । ଏହାସହ ଭାରତ ସରକାର ତାଙ୍କୁ ୟୁନିଭର୍ସାଲ ଲର୍ଡ ଅଫ୍ ସାଇଂଟିଷ୍ଟର ଆଖ୍ୟା ଦେଇଥିବା ସେ ଦାବି କରିଛନ୍ତି । ହେଲେ ଏସମ୍ପର୍କିତ କୌଣସି କାଗଜପତ୍ର ଦେଖାଇପାରି ନାହାନ୍ତି । ତେବେ ଶ୍ୟାମସୁନ୍ଦର ମୟୁରଭଞ୍ଜରେ ଏକ ଦୋକାନ କରିଥିବା ଜଣାପଡ଼ିଛି । ପୋଲିସ୍ ତାଙ୍କୁ ଅଧିକ ପଚରାଉଚରା କରିଛି ।