କନକ ବ୍ୟୁରୋ : ଏବେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ସର୍ଟ ଷ୍ଟୋରୀ ବା ରିଲ୍ସ କରିବାକୁ ପାଗଳ । ଏହାରି ମଧ୍ୟରେ କିଛି ଲୋକ ଜୀବନକୁ ବାଜି ଲଗେଇ ଦେଉଥିବା ବେଳେ କିଛି ଲୋକ ରିଲ୍ସ କରିବା ଆଳରେ ସାମ୍ବିଧାନିକ ନିୟମ ଉଲଙ୍ଘନ କରୁଛନ୍ତି । ଏଭଳି କିଛି ନିୟମ ଉଲଙ୍ଘନ କରି ଶେଷରେ ଗିରଫ ହୋଇଛନ୍ତି ରାମାୟଣ ଧାରାବାହିକରେ ଲବ ଭୂମିକାରେ ଅଭିନୟ କରିଥିବା ସୁରେନ୍ଦ୍ର ପାଟିଲ ।

Advertisment

ସୁରେନ୍ଦ୍ର ପାଟିଏ ରିଲ୍ସ କରିବାକୁ ଏତେ ପାଗଳ ଥିଲେ କି ସେ ସୁଟିଂ କରିବାକୁ ଥାନାରେ ପହଂଚିଯାଉଥିଲେ । ସେଠାରେ ସେ ପୋଲିସ ଚୌକିରେ ବସି ଆରାମରେ ରିଲ୍ସ ସୁଟିଂ କରୁଥିଲେ । ତାଙ୍କର କିଛି ରିଲ୍ସରେ ଦେଖିବାକୁ ମିଳିଛି ଯେ ପୋଲିସ ଚୌକିରେ ଅନେକଗୁଡିଏ ଟଙ୍କା ରହିଛି । ଏହାସହ ଖଣ୍ଡା, ବନ୍ଧୁକ ମଧ୍ୟ ରହିଛି । ଏଭଳି ଭିଡିଓ କରି ସୁରେନ୍ଦ୍ର ଏହାକୁ ଭାଇରାଲ କରିଦେଇଥିଲେ । ଏନେଇ ଅଭିଯୋଗ ହେବା ପରେ ୫୦ ବର୍ଷିୟ ସୁରେନ୍ଦ୍ର ପାଟିଲଙ୍କୁ ପୋଲିସ ଗିରଫ କରି କଲ୍ୟାଣ କୋର୍ଟରେ ହାଜର କରିଛି ।

ଆପଣଙ୍କୁ କହିରଖୁ କି ସୁରେନ୍ଦ୍ର ପାଟିଲଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ହଜାର ହଜାର ଫଲୋର୍ସ ରହିଛନ୍ତି । ଏହା ପୂର୍ବରୁ ବି ଏକ ମାମଲାରେ ପୋଲିସ ସୁରେନ୍ଦ୍ରଙ୍କୁ ପଚରା ଉଚରା କରିଥିଲା  । ଏବେ ସୁରେନ୍ଦ୍ରଙ୍କ ବିରୋଧରେ ଧାରା ୩୩୬,୧୭୦, ଓ ୫୦୦ ଲଗାଇଛି ପୋଲିସ ।

ରାମାନନ୍ଦ ସାଗତରଙ୍କ ରାମାୟଣ ଧାରାବାହିକରେ ସୁରେନ୍ଦ୍ର ପାଟିଲ ଲବ ଭୂମିକାରେ ଅଭିନୟ କରିଥିଲେ । ସୁରେନ୍ଦ୍ର ପେଶାରେ ଜଣେ ବଡି ବିଲଡର ଓ ରିଲ୍ସ କରିବା ତାଙ୍କର ବଡ ସଉକ ।