କନକ ବ୍ୟୁରୋ: ଭୁବନେଶ୍ୱର ଖଣ୍ଡଗିର ଥାନା ପୋଲିସ ହାତରେ ଆନ୍ତଃ ଜିଲ୍ଲା ପେଶାଦାର ଅପରାଧୀ ଗ୍ୟାଙ୍ଗ । ରାତି ଅଧରେ ଲୁଟ ପାଇଁ କରୁଥିଲେ ଯୋଜନା । ରାଜଧାନୀ କଲେଜ ନିକଟରେ ବିଳମ୍ବିତ ରାତିରେ ଲୋକଙ୍କୁ ଲୁଟିବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ପେଶାଦାର ଅପରାଧୀ ଗ୍ୟାଙ୍ଗ । ଚୋରି, ସିନ୍ଧିଚୋରି, ଡକାୟତି, ସ୍ନାଚିଂ ଭଳି ଅପରାଧରେ ଦୀର୍ଘ ଦିନ ଧରି ସାମିଲ ଥିଲେ ଏହି ପେଶାଦାର ଅପରାଧୀ ଗ୍ୟାଙ୍ଗ । କେବଳ ଭୁବନେଶ୍ୱର ନୁହେଁ, ପୁରୀ, କେନ୍ଦ୍ରାପଡା, କଟକ, ନୟାଗଡ, ଗଂଜାମ ଇତ୍ୟାଦି ଜିଲ୍ଲାରେ ମଧ୍ୟ ଏମାନଙ୍କ ନା ରେ ରହିଛି ମାଳ ମାଳ ମାମଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ଗିରଫ ହୋଇଥିବା ପାଂଚ ଜଣ ଲୁଟେରାଙ୍କ ମଧ୍ୟରୁ ପ୍ରଥମ ଜଣକ ହେଉଛନ୍ତି ମଂଟୁ ପାଇକରାଏ । ମଂଟୁ ନାରେ ବିଭିନ୍ନ ଥାନାରେ ରହିଛି ୨୩ ରୁ ଉର୍ଦ୍ଧ ମାମଲା । ଗୁରୁତ୍ୱପୁର୍ଣ କଥା ହେଉଛି ମଂଟୁ ବିଭିନ୍ନ ମାମଲାରେ ଏକାଧିକ ଥର ଗିରଫ ହୋଇଥିବା ବେଳେ ବେଲ୍ ରେ ବାହାରି ପୁଣି ଥରେ ସେହି ସମାନ ଅପରାଧ କରିବା ପାଇଁ ଯୋଜନା କରୁଥିଲା । କେବଳ ମଂଟୁ ନୁହେଁ,ଅନ୍ୟ ଅପରାଧୀ ମାନଙ୍କ ନାଁ ରେ ମଧ୍ୟ ବିଭିନ୍ନ ଥାନାରେ ରହିଛି ଅନେକ ମାମଲା । ଏହି ଅପରାଧୀ ମାନେ ପେଶାଦାର ଅପରାଧୀ ହୋଇଥିବା କାରଣରୁ ଏମାନଙ୍କ ନାମରେ ୧୧୦ ଦଫା ଲଗାଇବା ପାଇଁ ଯୋଜନା କରୁଛି କମିଶନରେଟ ପୋଲିସ ।
ଗିିରଫ ହୋଇଥିବା ଏହି ଅଭିଯୁକ୍ତଙ୍କ ନିକଟରୁ ମାରଣାସ୍ତ୍ର,ଦୁଇଟି ବାଇକ,ଲଙ୍କାଗୁଣ୍ଡ,ମୋବାଇଲ ଫୋନ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ତେବେ ପ୍ରଶ୍ନ ଉଠୁଛି ପୋଲିସ ପ୍ରତି
ରାଜ୍ୟ ବାହାରକୁ ଲମ୍ବିଛି କି ଅପରାଧୀଙ୍କ ଚେର?
ଜାମିନରେ ଆସି ପୁଣି ଥରେ ଅପରାଧ କରିବାକୁ ସାହାସ ଦେଉଛି କିଏ?
ପାର୍ବଣ ରୁତୁ ବେଳେ ଅପରାଧୀଙ୍କୁ ସାବାଡ କରିପାରିବ କି ପୁଲିସ?