ବାଃରେ ପୁଅ ବାଃ… ତୋର ଏ କି ରୂପ ? ସାମ୍ନାକୁ ଆସିଲା ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମର ସତ । ସମ୍ପତ୍ତି ଭାଗବଣ୍ଟାରୁ ମାଆକୁ ଦେଉନଥିଲା ଖାଇବା… ଆତ୍ମାହୂତି ଥିଲା ବାହାନା

407

କନକ ବ୍ୟୁରୋ: ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ ଘଟଣା । ସାମ୍ନାକୁ ଆସିଲା ଆତ୍ମହୂତି ଉଦ୍ୟମ ପଛର ସତ । ମହଙ୍ଗା ପଡିଲା ଆତ୍ମାହୂତିର ବାହାନା । ପେଟ୍ରୋଲ ଧରି ଧମକ ଦେଉଥିବା ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ । ମଞ୍ଚେଶ୍ୱର ହଂସପାଳ ଅଞ୍ଚଳର ମାଗୁଣି ସାହୁଙ୍କୁ ଗିରଫ କଲା ପୋଲିସ । ବିଧାନସଭା ସାମ୍ନାରେ ହାଇଡ୍ରାମା କରୁଥିବା ଏ ବ୍ୟକ୍ତି ଜଣଙ୍କ ସତ ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ମାଗୁଣି ନିଜ ମାଙ୍କୁ ଖାଇବାକୁ ଦେଉନଥିବା ଅଭିଯୋଗ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିଥିବାରୁ ମାଙ୍କୁ ଖାଇବାକୁ ଦେଉନଥିବା ତାଙ୍କ ମାଆ କହିଛନ୍ତି । ପାରିବାରିକ ଝଗଡା ନେଇ ମାଗୁଣି ପୋଲିସ ଉପରେ ଚାପ ପକାଉଥିଲେ ବି ପୋଲିସ ଉଚିତ ତଦନ୍ତ କରୁଛି । ମାତ୍ର ଆଜି ମାଗୁଣି ବିଧାନସଭା ସାମ୍ନାରେ ପୋଲିସ ନାଁରେ ମିଥ୍ୟା ଅଭିଯୋଗ କରି ଆତ୍ମାହୂତି ଉଦ୍ୟମ କରିଥିଲେ । ତାଙ୍କୁ ଉଦ୍ଧାର କରିବା ପରେ ସତ ପଦାକୁ ଆସିଛି । ଆଉ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ୟାପିଟାଲ ଥାନା ପୋଲିସ ।