କନକ ବ୍ୟୁରୋ: ବିଳମ୍ବିତ ରାତି ଯାଏଁ ବାର ଚଲାଇବା ଅଭିଯୋଗରେ ଗିରଫ ହେଲେ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଏବଂ ପ୍ରସନ୍ନ ବେହେରା । ପାତ୍ରପଡାରେ ଥିବା ସାଉଥ ସିଟି ହୋଟେଲର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କଠାରୁ ବଡଭାଇ ନିରଞ୍ଜନ ବେହେରାଙ୍କ ନାଁରେ ଲିଜରେ ଆଣି ଏହାକୁ ଚଲାଉଥିଲେ ପ୍ରସନ୍ନ ବେହେରା । ଭୁବନେଶ୍ୱର ହାବିଲଦାର ଓ କନେଷ୍ଟବଳ ସଂଘର ସଂପାଦକ ପ୍ରସନ୍ନ ବେହେରାଙ୍କୁ ପୂର୍ବରୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ତେବେ ପୁଲିସ ପ୍ରସନ୍ନଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି ।
ଏମାନଙ୍କ ବିରୋଧରେ ପୁଲିସ ଦଫା ୧୨୦ (ବି), ୨୬୯,୨୭୦, ଅବକାରୀ ଆକ୍ଟ ୫୨ ରହିଛି । ଯେଉଁ ହୋଟେଲ ସାଉଥ ସିଟିକୁ ପ୍ରସନ୍ନ ଚଳାଉଥିଲେ ତାର ଲାଇସେନ୍ସ ଅବଧି ସେପ୍ଟେମ୍ବରରେ ଶେଷ ହୋଇଯାଇଥିଲା । ତେବେ ପ୍ରସନ୍ନ ପ୍ରଥମଥର ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇନାହାନ୍ତି । ପୂର୍ବରୁ...
- ୨୦୦୧ ଫେବ୍ରୁଆରୀ ୧୫ରେ ବାଲିଅନ୍ତାରେ ବିଷାକ୍ତ ମଦ ପିଇ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା
- ଘଟଣାର ତଦନ୍ତ ପାଇଁ ପୋଲିସ ମଦ ମାଫିଆଙ୍କ ଘରେ ଚଢାଉ କରିବାକୁ ଯାଇଥିବାବେଳେ, ପ୍ରସନ୍ନ ମାଫିଆଙ୍କୁ ଆଗୁଆ ସୂଚନା ଦେଇଥିଲେ
- ପୋଲିସ ଚଢାଉ ପୂର୍ବରୁ ଅଭିଯୁକ୍ତ ଖସିଯିବା ମାମାଲରେ ଆଭ୍ୟନ୍ତରୀଣ ତଦନ୍ତ କରି ପୋଲିସ ପ୍ରସନ୍ନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା
- ୨୦୧୮ରେ ପ୍ରସନ୍ନ ଜଣେ ଓକିଲଙ୍କୁ କଟକରେ ନିସ୍ତୁକ ମାଡ ମାରିବା ପ୍ରତିବାଦରେ ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲା
- ଫଳରେ ପୋଲିସ ଓ ବରିଷ୍ଠ ଅଧିକାରୀ ସଂଘ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ ପ୍ରସନ୍ନ ବେହେରା
- ୨୦୨୦ରେ କରୋନା କଟକଣା ସମୟରେ ସଚିବାଳୟ ମାର୍ଗ ନିକଟରେ ପ୍ରସନ୍ନ ମଦ ପିଉଥିବା ଭିଡିଓ ଭାଇରାଲ ହୋଇଥିଲା
- ଚାକିରିରେ ଥାଇ ବାରମ୍ବାର କ୍ଷମତାର ଅପବ୍ୟବହାର ସାଙ୍ଗକୁ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ଉପରେ ୪ଥର କଳାଦାଗ ଲାଗି ସାରିଲାଣି