କଳାହାଣ୍ଡି ଡକାୟତି ଘଟଣା : ୭ଜଣଙ୍କୁ ଗିରଫ କଲା ପୋଲିସ

148

କନକ ବ୍ୟୁରୋ : କଳାହାଣ୍ଡି କେସିଙ୍ଗା ଡ଼କାୟତି ଘଟଣାର ପର୍ଦ୍ଦାଫାସ । ଡ଼କାୟତି ଘଟଣାରେ ୭ ଜଣଙ୍କୁ ଗିରଫ କରିବା ସହ ୪ ଟି ମୋବାଇଲ, ୨ଟି ବାଇକ୍ ଓ ନଗଦ ଏକ ଲକ୍ଷ ୧୨ ହଜାର ଟଙ୍କା ଜବତ କରିଛି ପୁଲିସ ।
କଳାହାଣ୍ଡି କେସିଙ୍ଗା ସହରର ଉଦ୍ୟୋଗପତି ସୁବାଷ ଅଗ୍ରୱାଲଙ୍କ ଘରେ ଗତ ମେ ୨୯ରେ ରାତି ଅଧିଆ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିଲା । ଘର ଲୋକଙ୍କୁ ବାନ୍ଧି ୬ ଲକ୍ଷ ଟଙ୍କାର ନଗଦ ରାଶି ଓ ବହୁ ସୁନା ଅଳଙ୍କାର ଲୁଟ କରିଥିଲେ ଲୁଟେରା । ଏହି ଘଟଣାରେ ଜଣେ ମହିଳା ସମେତ ୭ ଜଣକୁ ପୁଲିସ ଗିରଫ କରିଛି । ମୋବାଇଲ, ଡ଼କାୟତି ପାଇଁ ବ୍ୟବହୃତ ଛୁରୀ , ରଡ଼ ,ବାଇକ ଆଦି ଜବତ କରିଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।