କନକ ବ୍ୟୁରୋ : ଯାଜପୁରରେ ଏକ ପିଲାବିକ୍ରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଗତ ୫ ତାରିଖରେ ଜଣେ ଅବିବାହିତ ମାଆ ଲୋକଲଜ୍ୟା ଭୟରେ ନିଜ ନବଜାତ ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ପାଣିକୋଇଲି ଅଂଚଳର ଏକ ଦମ୍ପତିଙ୍କୁ ପିଲାକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ପରେ ମାମଲାର ଖୋଳତାଡ ଆରମ୍ଭ କରିଥିଲା ପୁଲିସ । ଏପରିକି ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ମାମଲାର ଝାନଭିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ସକ୍ରିୟ ହୋଇପଡିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ପୁଲିସ ।

Advertisment

ତେବେ କିଛି ଦିନର ଛାନଭିନ ପରେ ଆଜି ଶିଶୁପୁତ୍ରଟିକୁ ପାଣିକୋଇଲି ଥାନା ଅନ୍ତର୍ଗତ ନରପଦା ଗାଁରୁ ଉଦ୍ଧାର କରି ଯାଜପୁର ରୋଡ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ହସ୍ପିଟାଲରେ ପହଂଚି ଶିଶୁପୁତ୍ରକୁ ନିଜ ହେପାଜତକୁ ନେଇଛି । ତେବେ ଏହି କାରବାରରେ ସଂପୃକ୍ତି ଅଭିଯୋଗରେ ପୁଲିସ ଦୁଇଜଣ ମହିଳାଙ୍କୁ ଅଟକ ରଖିଥିବା ଜଣାପଡିଛି ।