କନକ ବ୍ୟୁରୋ: ଗତ ଜାନୁୟାରୀ ୧୯ ତାରିଖରୁ ବାଙ୍କିବାହାଲ-ଟପରିଆ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବିରେ ଆନ୍ଦୋଳନ ଜାରି ରହିଛି । ତେବେ ଆଜି ପୁଣି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ । ଏହି ରାସ୍ତା ଦେଇ ପଡୋଶୀ ଛତିଶଗଡକୁ କୋଇଲା ପରିବହନ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଧୂଳିଧୂଆଁରେ ଲୋକେ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାସହ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଫେରାଦ ହୋଇଥିଲେ ଲୋକେ । ମାମଲାର ଶୁଣାଣି କରି ଏପ୍ରିଲ ୫ ଯାଏଁ କୋଇଲା ପରିବହନ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିଲେ ମାନବାଧିକାର କମିଶନ । ଏହାପରେ ମଧ୍ୟ ଆନ୍ଦୋଳନକାରୀ ରାସ୍ତାରୋକରୁ ନଓହରିବାରୁ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ।

Advertisment