ଲିଙ୍ଗରାଜ ମନ୍ଦିର ବାହାରେ ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗ, ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ବାନ୍ଧିଲା ପୋଲିସ ।

549

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ବାହାରେ ବିଦେଶିନୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ସେବାୟତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ସେବାୟତ କୁଣ୍ଡୁ ମହାପାତ୍ରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ଏ ରେ ମାମଲା ରୁଜୁ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଲିଙ୍ଗରାଜ ମନ୍ଦିରର ଐତିହ୍ୟ ବିଷୟରେ ବୁଝାଇବାକୁ ଯାଇ ବିଦେଶିନୀଙ୍କ ସହ ଅସଦାଚରଣ କରିଥିଲେ ସେବାୟତ କୁଣ୍ଡୁ ମହାପାତ୍ର । ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ବିଦେଶିନୀ । ପୋଲିସ ତୁରନ୍ତ ଏହି ଘଟଣାର ଯାଞ୍ଚ କରିବା ସହ ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।