ଜୁନାଗଡ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ମାମଲା । ଗିରଫ ହେଲା ମୁଖ୍ୟ ଖଳନାୟକ ଡ୍ରାଇଭର ଲଳିନ୍ଦ୍ର ଶବର

749

କନକ ବ୍ୟୁରୋ : ଜୁନାଗଡ ଗଣଦୁର୍ଷ୍କମ ଓ ଭିଡ଼ିଓ ଭାଇରାଲ ଘଟଣାରେ ମୁଖ୍ୟ ଖଳନାୟକ ତଥା ବିଜେଡି ନେତାଙ୍କ ଡ୍ରାଇଭର ଲଳିନ୍ଦ୍ର ଶବର ଗିରଫ । ପୀଡିତାଙ୍କ ସାନି ବୟାନକୁ ଆଧାର କରି ଲଳିନ୍ଦ୍ରଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଲଳିନ୍ଦ୍ରଙ୍କୁ ଜୁନାଗଡ ଜେଏମଏଫସି କୋର୍ଟକୁ ଚାଲାଣ କରିଛି ପୋଲିସ ।

ଏହାପୂର୍ବରୁ ଆଜି ମହିଳା ପୋଲିସଙ୍କ ଉପସ୍ଥିତିରେ ସିଆରପିସିର ଧାରା ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବିଜେଡି ନେତାଙ୍କ ଡ୍ରାଇଭରର ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲେ ପୀଡିତା । ଜୁନାଗଡ ଗଣ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ମୁହଁ ଖୋଲି ପୀଡିତା କହିଥିଲେ ପାଲିସର ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିତେନ୍ଦୁ ଶବର ହିଁ ଏଭଳି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ । ଡ୍ରାଇଭରଙ୍କୁ କାହିଁକି ପୁଲିସ ଛାଡି ଦେଲା ବୋଲି ପୀଡିତା ପ୍ରଶ୍ନ କରିବା ସହ ତାକୁ ଛାଡିଦେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ପୀଡିତାଙ୍କ ଏହି ବୟାନକୁ ନେଇ ଶାସକ ଦଳକୁ ଘେରିିଛି ବିଜେପି ।

ତେବେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରାନଯାଉ ବୋଲି ଅନୁରୋଧ କରିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ତେବେ ଗତକାଲି ପୀଡିତାଙ୍କ ବୟାନ ବଦଳିବା ପରେ ଡ୍ରାଇଭରଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲା । ଏହାସହ ପୀଡିତା ଜଣକ କହିଥିଲେ ଯେ, ଯଦି ଡ୍ରାଇଭରଙ୍କୁ କୌଣସି ପରିସ୍ଥିତି ଛଡାଯାଏ ତେବେ ସେ ଆତ୍ମହତ୍ୟା ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ତେଣୁ ପୁଣି ଥରେ ପୀଡିତାଙ୍କ ବୟାନ ରେକର୍ଡ କରିବା ଲାଗି ଏସପି କହିବା ପରେ ଆଜି ପୁଣି ଥରେ ବୟାନ ରେକର୍ଡ କରାଯାଇଥିଲା ।