ଓଲିଉଡ ଅଭିନେତା ସବ୍ୟସାଚୀଙ୍କ ଟିମର ସଦସ୍ୟ କହି ତାମିଲନାଡୁରେ ପ୍ରବାସୀ ଶ୍ରମିକକୁ ଠକେଇ ଉଦ୍ୟମ: ବସରେ ଓଡିଶା ଆଣିବା ପାଇଁ ଠକ ମାଗିଲା ୬ହଜାର ୫୦୦

ଠକକୁ ଗିରଫ କଲା ଓଡିଶା ପୋଲିସ-କୋଏମ୍ବାଟୁର ପୋଲିସର ମିଳିତ ଟିମ

397

କନକ ବ୍ୟୁରୋ: ଓଲିଉଡ ଅଭିନେତା ସବ୍ୟସାଚ୍ଚୀଙ୍କ ଟିମର ସଦସ୍ୟ କହି ପ୍ରବାସୀ ଓଡିଆ ଶ୍ରମିକଙ୍କ ଠାରୁ ଟଙ୍କା ଠକେଇ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ । ଏହି ଘଟଣା ଘଟିଛି ତାମିଲନାଡୁରେ । ବାଦଲ ନାମକ ଜଣେ ଶ୍ରମିକଙ୍କୁ ଫୋନ କରି ଏହି ଦୁବୃର୍ତ ଜଣଙ୍କ ସବ୍ୟସାଚୀଙ୍କ ଟିମର ସଦସ୍ୟ ବୋଲି ପରିଚୟ ଦେଇଛନ୍ତି  ଏବଂ ୬ହଜାର ୫ଶହ ଟଙ୍କା ଦାବି କରିଛନ୍ତି । ବାଦଲ ଏବଂ ଫଶି ରହିଥିବା ଅନ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ଆଣିବା ପାଇଁ କହୁଛନ୍ତି । ବସରେ ଓଡିଶା ଆଣିବା ସହିତ ସମସ୍ତ ଖାଇବା ପିଇବା ମାଗଣାରେ ମିଳିବ ବୋଲି କହୁଛନ୍ତି ।

ଖାଲି ସେତିକି ନୁହେଁ, ସଂଗରୋଧ କେନ୍ଦ୍ରରେ ରହିବା ପରେ ୨ ହଜାର ଟଙ୍କା ମିଳିବା କଥା ମଧ୍ୟ କହୁଛନ୍ତି । ଓଡିଶା ପୋଲିସ ଏବଂ କୋଏମ୍ବାଟୁର ପୋଲିସର ମିଳିତ ସହଯୋଗରେ ଏହି ଠକକୁ ଗିରଫ କରାଯାଇ ପୋଲିସ ହେପାଜତରେ ରଖାଯାଇଛି । ଅନୁମାନ କରାଯାଉଛି, ଅଭିନେତା ସବ୍ୟସାଚୀଙ୍କ ଟୁଇଟର ପେଜରେ ନିରିହ ଶ୍ରମିକ ବାଦଲ କଥା ହୋଇଥିଲେ । ଏବଂ ଏଥିରୁ ଠକ ଜଣଙ୍କ ବାଦଲଙ୍କ ଫୋନ ନମ୍ବର  ପାଇଁ ଏପରି ଟଙ୍କା ଠକେଇର ଯୋଜନା କରିଛି । ଶୁଣନ୍ତୁ ଠକ ଜଣଙ୍କ ନିରିହ ଶ୍ରମିକ ବାଦଲ ସହିତ ଦୁଇଟି ପର୍ଯ୍ୟାୟରେ କଣ କଥା ହୋଇଥିଲେ ।