କନକ ବ୍ୟୁରୋ: ୫ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ଏହା ସହ କିଛି ଚୋରି ମୋବାଇଲ ମଧ୍ୟ ଜବତ ହୋଇଛି । ଏହି ଲୁଟେରା ମାନେ ବରଗଡ ସମେତ ବିଭିନ୍ନ ଜିଲ୍ଲାରେ ଲୁଟ୍ପାଟ୍ କରୁଥିବା ପୋଲିସ ସୂଚନା ପାଇଥିଲା । ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଦିନ ଦ୍ୱିପ୍ରହରରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଏମାନେ ଲୁଟ୍ କରୁଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ଏମାନେ ମୋବାଇଲ ଓ ବ୍ୟାଗ୍ ଲୁଟ୍ି ନେଉଥିଲେ । ଯାହାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଦୁଇ ଜଣ ଝିଅ ରାସ୍ତାରେ ଯାଉଥିବା ବେଳେ ଲୁଟେରା ଦୁଇଜଣ ବାଇକରେ ଆସି ସେମାନଙ୍କ ଠାରୁ ମୋବାଇଲ ଲୁଟି ନେଉଥିବା ସିସିଟିଭିରେ ଦେଖିବାକୁ ମିଳିଛି ।

Advertisment