ଜୁଆଡ଼ି ଗଧ…ଗଧ ଖେଳିଲା ଜୁଆ । ପାକିସ୍ତାନରୁ ଆସିଲା ଜୁଆଡ଼ି ଗଧର ଗିରଫ ଖବର ।

1,025

କନକ ବ୍ୟୁରୋ : ଜୁଆଡ଼ି ଗଧ…ଗଧ ଖେଳିଲା ଜୁଆ । ପାକିସ୍ତାନରୁ ଆସିଲା ଜୁଆଡ଼ି ଗଧର ଗିରଫ ଖବର । ଆପଣ କେବେ ଗଧ ଜୁଆ ଖେଳୁଥିବାର ଦେଖିଛନ୍ତି କି ଶୁଣିଛନ୍ତି କି ? ଆପଣଙ୍କ ଉତ୍ତର ହେବ ନାଁ, ପଶୁ କେମିତି ଜୁଆ ଖେଳିପାରିବେ ? କିନ୍ତୁ ପାକିସ୍ତାନରୁ କିଛି ଏମିତି ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜୁଆ ଖେଳିବା ଅଭିଯୋଗରେ ଏକ ଗଧକୁ ଗିରଫ କରିଛି ପାକିସ୍ତାନ ପୋଲିସ ।

ପାକିସ୍ତାନର ରହିମ୍ ଖାନ୍ ଅଞ୍ଚଳରେ ପୋଲିସ ୭, ୮ ଜଣ ଲୋକଙ୍କ ସମେତ ଏକ ଗଧକୁ ମଧ୍ୟ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିଛି । ଆଉ ଏଫଆଇଆରରେ ମଧ୍ୟ ଗଧର ନାଁ ରହିଛି । ଆଉ ବଡ କଥା ହେଉଛି, ପୋଲିସ ଷ୍ଟେସନ ବାହାରେ ଗଧକୁ ବାନ୍ଧି ରଖାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଜୁଆ ଖେଳୁଥିବା ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ । ଆଉ ଏହି ଅଭିଯୁକ୍ତମାନେ ଗଧ ଦୌଡ ଉପରେ ଟଙ୍କା ଲଗାଇଥିବା ଜଣାପଡିଛି । ତେବେ ଗଧ ଗିରଫ ହେବା ଖବର ଜଣାପଡିବା ପରେ ସୋସିଆଲ୍ ମିଡିଆରେ ପୋଲିସକୁ ଟ୍ରୋଲ୍ କରିଛନ୍ତି ଲୋକେ ।

Comments are closed.