କନକ ବ୍ୟୁରୋ : ଜୁଆଡ଼ି ଗଧ...ଗଧ ଖେଳିଲା ଜୁଆ । ପାକିସ୍ତାନରୁ ଆସିଲା ଜୁଆଡ଼ି ଗଧର ଗିରଫ ଖବର । ଆପଣ କେବେ ଗଧ ଜୁଆ ଖେଳୁଥିବାର ଦେଖିଛନ୍ତି କି ଶୁଣିଛନ୍ତି କି ? ଆପଣଙ୍କ ଉତ୍ତର ହେବ ନାଁ, ପଶୁ କେମିତି ଜୁଆ ଖେଳିପାରିବେ ? କିନ୍ତୁ ପାକିସ୍ତାନରୁ କିଛି ଏମିତି ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜୁଆ ଖେଳିବା ଅଭିଯୋଗରେ ଏକ ଗଧକୁ ଗିରଫ କରିଛି ପାକିସ୍ତାନ ପୋଲିସ ।
ପାକିସ୍ତାନର ରହିମ୍ ଖାନ୍ ଅଞ୍ଚଳରେ ପୋଲିସ ୭, ୮ ଜଣ ଲୋକଙ୍କ ସମେତ ଏକ ଗଧକୁ ମଧ୍ୟ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିଛି । ଆଉ ଏଫଆଇଆରରେ ମଧ୍ୟ ଗଧର ନାଁ ରହିଛି । ଆଉ ବଡ କଥା ହେଉଛି, ପୋଲିସ ଷ୍ଟେସନ ବାହାରେ ଗଧକୁ ବାନ୍ଧି ରଖାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜୁଆ ଖେଳୁଥିବା ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ । ଆଉ ଏହି ଅଭିଯୁକ୍ତମାନେ ଗଧ ଦୌଡ ଉପରେ ଟଙ୍କା ଲଗାଇଥିବା ଜଣାପଡିଛି । ତେବେ ଗଧ ଗିରଫ ହେବା ଖବର ଜଣାପଡିବା ପରେ ସୋସିଆଲ୍ ମିଡିଆରେ ପୋଲିସକୁ ଟ୍ରୋଲ୍ କରିଛନ୍ତି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/pakistan-to-sell-donkeys-to-china-660_020419101133.jpg)