ଡାକ୍ତର ବିକୁଥିଲେ ଧଳାଜହର ।ଯାଜପୁରର ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ ।

Advertisment
ଡାକ୍ତର ବିକୁଥିଲେ ଧଳାଜହର ।ଯାଜପୁରର ଦାନ୍ତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ : ଦାନ୍ତ ଡାକ୍ତର ବିକୁଥିଲେ ବ୍ରାଉନ୍ ସୁଗାର । ବିକ୍ରି ବେଳେ ମାଡି ବସିଲା ପୋଲିସ । ଯାଜପୁର ସହରର ଡାକ୍ତର ନିଗମାନନ୍ଦ ଖଟୁଆଙ୍କୁ ଗିରଫ କରିଛି ପୋଲିସ । ଡାକ୍ତରଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ୨୫ ଗ୍ରାମର ବ୍ରାଉନ ସୁଗର ଜବତ କରିଛି ଯାଜପୁର ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାର ମୂଲ୍ୟ ଅଢେଇ ଲକ୍ଷ୍ୟ ଟଙ୍କା ହେବ ।

ସୂଚନା ଅନୁସାରେ, ଦାନ୍ତ ଡାକ୍ତର ନିଗମାନନ୍ଦ ଯାଜପୁର ଟାଉନ ଥାନା ମହାବୀର ଛକରେ କ୍ଲିନିକ୍ କରିଛନ୍ତି । ଗତକାଲି ସୁନ୍ଦରେଇ ମୁହଁ ଛକ ନିକଟରେ ବ୍ରାଉନସୁଗାର ବିକୁଥିବା ବେଳେ ଗିରଫ ହୋଇଥିଲେ । ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅଂଚଳର ସନ୍ଦୀପ କୁମାର ମଲ୍ଲିକ ଓ ରକ୍ଷାକର ଦୀକ୍ଷିତ । ତେବେ ଡାକ୍ତର କେଉଁଠୁ ବ୍ରାଉନସୁଗାର ଆଣୁଥିଲେ ଏବଂ କେତେ ଦିନ ହେବ ଏହି କାରବାର କରୁଥିଲେ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଡାକ୍ତର ବ୍ରାଉନସୁଗାର ବିକିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe