କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଜାଲ ଜାତିଗତ ପ୍ରମାଣ ପତ୍ରରେ ଚାକିରି । ନିଶ୍ଚେତକ ଡାକ୍ତରଙ୍କୁ ବାନ୍ଧିଲା ସେମିଳିଗୁଡ଼ା ପୋଲିସ । ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ସୁବିଧା ହାତେଇଥିବା ଅଭିଯୋଗରେ କୋରାପୁଟ ସମବାୟ କଲୋନୀର ଦୁର୍ଗାତର ଶାସନୀଙ୍କୁ ଗିରଫ କରାଯାଇଛି । ତାଙ୍କ ସାନ ଭାଇ ଅମ୍ବିକା ପ୍ରସାଦଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଗିରଫ କରିଥିବା ସୂଚନା ରହିଛି ।
ଗିରଫ ପରେ ଦୁର୍ଗାତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ଦୁର୍ଗାତର ଆନାସ୍ଥେସିଆ ବିଭାଗର ଡାକ୍ତର ଥିଲେ । ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ କାର୍ଯ୍ୟ କରୁଥିଲେ । ଜାତିରେ ସେ ବ୍ରାହ୍ମଣ ଥିଲେ । ହେଲେ ନିଜକୁ ଅନୁସୂଚିତ ଜନଜାତି ଦର୍ଶାଇ ପାଠ ପଢ଼ିବା ସହ ସରକାରୀ ସୁବିଧା ହାତେଇଥିଲେ । ଏନେଇ ଗତ ଜୁଲାଇରେ ସାନ ଭାଇ ଅମ୍ବିକା ପ୍ରସାଦ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସମସ୍ତ ତଦନ୍ତ ଶେଷ କରିବା ପରେ ଦୁର୍ଗାତରଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/WhatsApp-Image-2023-12-28-at-9.07.00-AM.jpeg)