କମିଶନରେଟ ପୋଲିସ ହାତରେ କୁଖ୍ୟାତ ଚୋର: ୩୫ ବର୍ଷରେ କରିଛି ୫୦୦ ଚୋରି

178

କନକ ବ୍ୟୁରୋ: କମିଶନରେଟ ପୋଲିସ ହାତରେ ଧରାପଡିଛି କୁଖ୍ୟାତ ଲୁଟେରା ହେମନ୍ତ ଦାସ । ରାଜ୍ୟ ଓ ରାଜ୍ୟ ବାହାରେ ୫୦୦ଟି ଚୋରି କରିଛି ହେମନ୍ତ । କମିଶନରେଟ ପୋଲିସ ଅଧିନରେ ତା ନାଁରେ ରହିଛି ଶତାଧିକ ମାମଲା । ଲୁହାରଡ ବ୍ୟବହାର କରି ବିଭିନ୍ନ ଜାଗାରେ ଚୋରି କରୁଥିଲା ହେମନ୍ତ । ଆଜି କଟକରୁ ଚୋରି କରୁଥିବା ବେଳେ ହେମନ୍ତଙ୍କୁ ଧରିଲା ସ୍ପେଶାଲ ସ୍କ୍ୱାର୍ଡ ।

ହେମନ୍ତ ଚୋରି କରି ୪ ରୁ ୫ କୋଟି ଟଙ୍କା ରୋଜଗାର କରିଥିବା ପୁଲିସ ପାଖରେ କହିଛି । ଲୁହା ରଡ଼ ସାହାଯ୍ୟରେ ସେ ବିଭିନ୍ନ ଜାଗାରେ ଚୋରି କରୁଥିଲା । ଏହା ସହ ଚୋରି ଟଙ୍କାରେ ବିଭିନ୍ନ ଦେଶ ବୁଲି ବିଳାସମୟ ଜୀବନ ବିତାଉଥିଲା । ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳରେ ହେମନ୍ତରା ଘର ହୋଇଥିବାବେଳେ ଚୋରି ଟଙ୍କାରେ ସୁନ୍ଦରୀ ଯୁବତୀମାନଙ୍କ ସହ ହେମନ୍ତ ହୋଟେଲରେ ରହୁଥିଲା ।