କନକ ବ୍ୟୁରୋ : ଢେଙ୍କାନାଳ ଭୁବନରେ ଅବକାରୀ ବିଭାଗର ବଡ଼ ଧରଣର ରେଡ୍ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି । ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ । ୫୧ ଲିଟର ନକଲି ମଦ ସହ ବୋତଲ ଜବତ କରାଯାଇଛି । ଘଟଣାରେ ବିଜେଡି ଜିଲ୍ଲାପରିଷଦ ସଦସ୍ୟ, କନେଷ୍ଟବଳ, ଅନ୍ୟ ଜଣଙ୍କୁୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ ।

Advertisment