ଭୁବନେଶ୍ୱରର ଦୁଇ ଦୁଇଟି ବ୍ୟାଙ୍କ ଲୁଟର ପର୍ଦ୍ଦାଫଶ କଲା ଲୁଟେରା ପିନ୍ଧିଥିବା ବୁଟ୍ । ଜୋତାକୁ ଅସ୍ତ୍ର କରି ଲୁଟେରା ସୌମ୍ୟରଂଜନ ପାଖରେ ପହଂଚିଥିଲା କମିଶନରେଟ ପୁଲିସ । ଋଣ ନେଇଥିବା ବ୍ୟାଙ୍କରୁ ଲୁଟ୍ ହେଲା କାଳ । 

403

କନକ ବ୍ୟୁରୋ : ବ୍ୟାଙ୍କ୍ ଲୁଟେରାକୁ ଫସାଇ ଦେଲା ଜୋତା । ଚୋର ଯେତେ ଚତୁର ହେଉନା କାହିଁକି ଚୋରି କଲାବେଳେ ଏମିତି କିଛି ସୁରାଗ ଛାଡି ଯାଏ, ଯାହା ତାଙ୍କୁ ଜେଲ ହାଜତ ଭିତରକୁ ଟାଣିନେବା ପାଇଁ ଯଥେଷ୍ଟ ଥାଏ । ଦୋକାନୀରୁ ଲୁଟେରା ସାଜିଥିବା ସୌମ୍ୟରଞ୍ଜନ ଜେନାଙ୍କ କ୍ଷେତ୍ରରେ ବି ତାହା ହିଁ ଘଟିଛି । ଏମିତି କିଛି ସୁରାକ୍ ଛାଡ଼ି ଯାଇଥିଲା ବ୍ୟାଙ୍କ୍ ଲୁଟେରା, ଯାହା ତାକୁ ଜେଲର କାଳ କୋଠରୀକୁ ଟାଣି ନେବା ପାଇଁ ଯଥେଷ୍ଟ । ଯାହା ଭୁବନେଶ୍ୱର ବ୍ୟାଙ୍କ ଲୁଟ ଘଟଣାରେ ଘଟିଛି । ବ୍ୟାଙ୍କ୍ ଲୁଟେରାକୁ ଫାସାଇ ଦେଇଛି  ଜୋତା ।

ଇଂଟରନେଟ୍ରୁ ଲୁଟ୍ର ଯେତେ ବିଦ୍ୟା ଶିଖିଲେ କ’ଣ ହେବ? ବ୍ୟାଙ୍କ୍ ଲୁଟ୍ ବେଳେ ବ୍ୟବହାର ହୋଇଥିବା ଜୋତା, ଲୁଟେରାକୁ ଧରାପକାଇ ଦେଇଛି । ବୁଟ୍ କଲା ଲୁଟ୍ର ପର୍ଦ୍ଦାଫାସ । ଲୁଟ୍ ସମୟରେ ଯେଉଁ ବୁଟ୍ ପିନ୍ଧି ଥିଲା ଲୁଟେରା ସୌମ୍ୟରଂଜନ ଜେନା, ସେହି ବୁଟ୍ ପିନ୍ଧି ପୂର୍ବରୁ ବ୍ୟାଙ୍କ୍କୁ ଯାଇ ପ୍ରଥମେ ରେକି କରିଥିଲା । ପୁଲିସ୍, ସିସିଟିଭି ଯାଂଚ କରି ତଦନ୍ତ ଆରମ୍ଭ କରିବା ବେଳେ ଏହି ଲୁଟେରାର ହାବଭାବ ସନ୍ଦେହଜନକ ଥିଲା । ପୂର୍ବରୁ ଯେଉଁ ବୁଟ୍ ପିନ୍ଧି ରେକି କରିଥିଲା, ସେହି ବୁଟ୍ ପିନ୍ଧି ଲୁଟ୍ କଲା । ବଡ଼ କଥା ହେଉଛି ସେହି ଗୋଟିଏ ବୁଟ୍ ପିନ୍ଧି ଋଣ କରିଥିବା ଟଙ୍କା ବି ପରିଶୋଧ କରିବାକୁ ଯାଇଥିଲା ।

ଗତ କିଛି ଦିନ ତଳୁ ପୋଲିସ ଭୁବନେଶ୍ୱରରୁ ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା । ଏହାପରେ ପୋଲିସ ଏହି ଲୁଟ ନେଇ ତନାଘନା ଆରମ୍ଭ କରିଥିଲା । ତଦନ୍ତ ପରେ ଘଟଣା ସାମ୍ନାକୁ ଆସିଥିଲା ।