ମୁମ୍ବାଇରୁ ୧ କୋଟିରୁ ଅଧିକ ମୂଲ୍ୟର ଗହଣା ଚୋରି ମାମଲା। ବାଲେଶ୍ବର ସୋରରୁ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ୧୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଜବତ।

202

କନକ ବ୍ୟୁରୋ: ବାଲେଶ୍ବର ସୋରରେ ମୁମ୍ବାଇ ପୋଲିସ । ମୁମ୍ବାଇରୁ ୧କୋଟିରୁ ଅଧିକ ମୂଲ୍ୟର ଗହଣା ଚୋରି ଘଟଣାର ତଦନ୍ତ କରି ସୋରରୁ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମୁମ୍ୱାଇ ପୋଲିସ ପହଞ୍ଚିଛି । ସୋର ପୌରାଞ୍ଚଳର ଗୋପୀନାଥପୁର ଗାଁର କେଶବ ଜେନା ଓରଫ ଚକ୍ରଧରଙ୍କୁ ପୋଲିସ ଗିରଫ କରିଛି ।

କେଶବ ଜେନାଙ୍କ ସୂଚନା ଆଧାରରେ ସୋର ବଡଖୁରି ଛକରେ ଥିୱା ଜଗଧାତ୍ରୀ ଜୁଏଲାରିରୁ ଚୋରି ହୋଇଥିବା ୧୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ପୋଲିସ ଜବତ କରିଛି । ସେପଟେ ଚକ୍ରଧରର ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରି ମୁମ୍ବାଇ ପୋଲିସ ତଦନ୍ତ ଚଳାଇଛି । ମୁମ୍ୱାଇର ଗାମଦେବୀ ଥାନା ଅଞ୍ଚଳର ନନଦେଶ ଜଗଦୀଶ ବାସାଙ୍କ ଘରେ କାମ କରୁଥିଲେ କେଶବ। ଗତ ନଭେମ୍ବର ୨୨ତାରିଖରେ ସୁଯୋଗ ଦେଖି ଜଗଦୀଶ ବାସାଙ୍କ ଘରୁ ୧ କୋଟିରୁ ଅଧିକ ମୂଲ୍ୟର ଗହଣା ଚୋରି କରି ଫେରାର ହୋଇଯାଇଥିଲେ । ମାମଲାର ଖୋଳତାଡ କରି ମୁମ୍ୱାଇ ପୋଲିସ ଜଗଦୀଶକୁ ଭୁବନେଶ୍ବରରୁ ଗିରଫ କରିବା ସହ ତାର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ।