ବନ୍ଧା ହେଲେ ଫେସବୁକର ଫେକ ସୁନ୍ଦରୀ । ମୋବାଇଲରୁ ଜବତ ହେଲା ୧୦୦ ଫେକ୍ ଆଇଡି ।

192

କନକ ବ୍ୟୁରୋ: କେତେବେଳେ ମୋନା, କେତେବେଳେ ପିଙ୍କି ଆଉ କେତେବେଳେ ରେସମା । ବାଲୁଗାଁ ନାଚୁଣୀ ଅଞ୍ଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା ସୋସିଆଲ ମିଡିଆରେ ଏହି ନାଁରେ ବନ୍ଧୁତା କରି ଚିକ୍କଣ କଥା କହି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇ ଫସିଛନ୍ତି । ଆଉ ଗିରଫ ପରେ ଏବେ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିଛି । ସେ କାହାକୁ ଡାକ୍ତର କହି ତ ଆଉ କାହାକୁ ବିଉଟିସିଆନର ପରିଚୟ ଦେଉଥିଲେ ଆଉ ରୂପ ଓ ପରିଚୟ ବଦଳାଇ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ।

ପ୍ରିୟଙ୍କାଙ୍କ ଠକିବାର ତରିକା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆରେ ଏକାଧିକ ଆକାଉଣ୍ଟ ଖୋଲି ସେ ଡିପିରେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖୁଥିଲେ । ଆଉ ଅଜଣା ଲୋକଙ୍କୁ ମେସେଜ ପଠାଇ ସମ୍ପର୍କ ଯୋଡୁଥିଲେ । ଫଟୋରେ ଯୁବତୀମାନଙ୍କ ବେଶଭୂଷା ଓ ପେଷାକୁ ସୁହାଇଲା ଭଳି ଭଳି ଭିନ୍ନ ଭିନ୍ନ ବୃତ୍ତିରେ ଥିବା ଦର୍ଶାଇ ଲୋକଙ୍କ ସହ ସମ୍ପର୍କ ବଢ଼ାଉଥିଲେ ଆଉ ତାପରେ ସୁଯୋଗ ଦେଖି ଲୁଟୁଥିଲେ ।

ପ୍ରିୟଙ୍କାଙ୍କ ଗିରଫଦାରୀ ପରେ ଏକାଧିକ ଠକେଇର ଗୁମର ଖୋଲିବାରରେ ଲାଗିଛି । କଟକ, ଭୁବନେଶ୍ୱର ଓ ପୁରୀ ଭଳି ସାରା ରାଜ୍ୟରେ ପ୍ରିୟଙ୍କା ଏପରି ଠକେଇ କରିଛି । ଦୀର୍ଘ ପାଞ୍ଚ ବର୍ଷ ହେଲା ଏଭଳି ଲୋକଙ୍କୁ ଠକି ଚାଲିଥିଲା ଠକ ଯୁବତୀ ପ୍ରିୟଙ୍କା ପ୍ରିୟଦର୍ଶିନୀ । ଭୁବନେଶ୍ୱରର ସୌରଭ ମହାପାତ୍ର ନାମକ ଜଣେ ଯୁବକ ଫେସବୁକର ଫେକ ସୁନ୍ଦରୀଙ୍କ ଜାଲରେ ଫସିବା ପରେ ଘଟଣା ସାମ୍ନାକୁ ଆସିଛି । ପ୍ରିୟଙ୍କାଙ୍କ ନିକଟରୁ ଟଙ୍କା , ମୋବାଇଲ ଓ ପାସବୁକ ବି ଜବତ ହୋଇଛି । ଆଉ ମୋବାଇଲରୁ ଶହେଟି ଫେକ୍ ଆଇଡି ବି ମିଳିଛି ।