କନକ ବ୍ୟୁରୋ : କଟକ ନୟାସଡକ ଆଇଆଇଏଫଲ ସଂସ୍ଥାରୁ ଲୁଟ ହୋଇଥିବା ସୁନା ଖୋଜୁଛି ପୋଲିସ୍ । ଅଭିଯୁକ୍ତଙ୍କ ବୟାନ ଆଧାରରେ କଟକ ମର୍କତନଗର ଅଂଚଳରେ ଥିବା ଏକ କେନାଲ ନିକଟରେ ଲୁଚାଇ ରଖିଥିବା ସୁନାକୁ ପୋଲସ ଖୋଜୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ଲୁଟ କରିଥିବା ସୁନାକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ପୋଲିସକୁ କହିଥିଲେ । ଗତ ୧୯ ତାରିଖରେ ଆଇଆଇଏଫଏଲରୁ ନାଟକୀୟ ଭାବେ ସୁନା ଲୁଟି ନେଇଥିଲେ ଲୁଟେରା ।
ଏହି ସଂସ୍ଥାର ଜଣେ କର୍ମଚାରୀ ଏହି ଲୁଟର ମୁଖ୍ୟ ଷଡଯନ୍ତ୍ରକାରୀ ଥିବା ନେଇ ଗତକାଲି ସୂଚନା ଦେଇଥିଲେ ପୋଲିସ କମିଶନର । କର୍ମଚାରୀ ଲାଲା ଅମିତ ରାୟ ଓ ତାଙ୍କ ବନ୍ଧୁ ରଞ୍ଜନ ବେହେରା ମିଶି ଏହି ଲୁଟର ନାଟକ ରଚିଥିଲେ । ୪ ଜଣ ଅପରାଧିଙ୍କ ସହାୟତାରେ ହୋଇଥିଲା ଲୁଟ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/17-26.jpg)