ରମଜାନ ମାସରେ ରୋଜା ରଖୁଥିବା ଲୋକଙ୍କ ଉପରେ ପୁଲିସର ନଜର : ଖାଦ୍ୟ ଖାଇଲେ ୬ମାସ ଜେଲ ଦଣ୍ଡ ସହ ଦେବାକୁ ପଡିବ ଜରିମାନା

367

ମାଲେସିଆରେ ପୁଲିସମାନେ ଏବେ ୱେଟର ଡ୍ୟୁଟି କରୁଛନ୍ତି । ଏଥିପାଇଁ କାହିଁକିନା ଏସମୟରେ ରମଜାନ ମାସ ଚାଲିଛି ଏବଂ ରମଜାନର ପବିତ୍ର ମାସରେ ରୋଜା ରଖୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ପୁଲିସ ଏଭଳି କାମ କରୁଛି । ମାଲେସିଆର ରାଜଧାନୀରେ ପାଖାପାଖି ୩୪ଜଣ ଅଫିସର ଏହି ମାସରେ ରୋଷେୟା ଓ ୱେଟର ଅବତାରରେ ବୁଲୁଛନ୍ତି ଏବଂ ଗୁପ୍ତ ରୂପେ ରମଜାନର ନିୟମକୁ ଭାଙ୍ଗୁଥିବା ଲୋକଙ୍କ ଉପରେ ନଜର ରଖୁଛନ୍ତି । ମାଲେସିଆର ଆଇନ୍ ନିର୍ଦ୍ଦେଶାଳୟର ଅଧିକାରୀ ୨୦୦ ହୋଟେଲ, ରେସ୍ତୋରାଁ ଓ ଫୁଡ ଷ୍ଟଲ ଉପରେ ନଜର ରଖିବାକୁ ଆଦେଶ ଜାରି କରିଛନ୍ତି । ଅଧିକାରୀମାନେ ରୋଷେୟା ଓ ୱେଟର ଅବତାରରେ ଖାଦ୍ୟ ପରଷିବାର ନାଟକ କରୁଛନ୍ତି ଓ ଲୋକମାନଙ୍କ ଉପରେ ନଜର ରଖୁଛନ୍ତି ।

ଯେତେବେଳେ କୌଣସି ଗ୍ରାହକ ଖାଇବା ଅର୍ଡର ଦିଅନ୍ତି, ତେବେ ତାଙ୍କର ଗୁପ୍ତ ରୂପେ ଫଟୋ ଉଠାଇ ନିଆଯାଏ ଏବଂ ଅଧିକାରୀଙ୍କୁ ଏହା ବିଷୟରେ ରିପୋର୍ଟ କରାଯାଏ । ଅଧିକାରୀଙ୍କୁ ସନ୍ଦେହ ଥାଏ ଯେ, ଲୋକମାନେ ରୋଜା ରଖନ୍ତି ଓ ଏହାର ନିୟମକୁ ଉଲ୍ଲଘଂନ କରନ୍ତି । ଯାହାକି ଇସଲାମ ନିୟମ ବିରୁଦ୍ଧ । ରୋଜା ସମୟରେ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ନଜର ରଖିବା ପାଇଁ ମାଲେସିଆ ପୁଲିସ ଏହି ନୂଆ ଉପାୟ ଖୋଜିଛନ୍ତି । ଯେମିତି ଲୋକଙ୍କ ଉପରେ ଗୁପ୍ତ ରୂପେ ନଜର ରଖାଯାଇପାରିବ । ସୂଚନାଯୋଗ୍ୟ, ମାଲେସିଆ ଏକ ମୁସଲିମ ବହୁଳ ଦେଶ ଓ ଏଠି ରୋଜା ନରଖିଲେ ୬ମାସର ଜେଲ୍ କିମ୍ବା ଜରିମାନା ଦେବାର ନିୟମ ରହିଛି । ସେଥିପାଇଁ ପୁଲିସ ସବୁ ସ୍ଥାନରେ ନଜର ରଖିଛି ।