କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣାରେ ମାମଲା କରିଛି ପୋଲିସ । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଅଶ୍ୱୀନି କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ମାମଲା କରାଯାଇଥିବା ସୂଚନା ଦେଇଛନ୍ତି ବାରିପଦା ଏସଡିପିଓ
କେକେ ହରିପ୍ରସାଦଙ୍କ ସୂଚନା ଅନୁଯାୟୀ, ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେଣୁ ଆଇପିସିର ଧାରା ୩୨୩ ଅର୍ଥାତ ଅନ୍ୟକୁ ଆଘାତ ଦେବା, ୩୨୫ ଅର୍ଥାତ ଗମ୍ଭୀର ଆଘାତ, ୩୪୧ ଅର୍ଥାତ ଜୋରଜବରଦସ୍ତ ଅଟକାଇବା, ୨୯୪ ଅର୍ଥାତ ଅପଶବ୍ଦ ପ୍ରୟୋଗ ଏବଂ ୫୦୬ ଅର୍ଥାତ ଅପରାଧିକ ଆଭିମୁଖ୍ୟ ରଖି ଧମକାଇବା ଭଳି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଥିଲା । ଦୁଇ ସରକାରୀ କର୍ମଚାରୀଙ୍କୁ ସେ ମାଡ ମାରିଥିବା ଅଭିଯୋଗ ହୋଇଥିବାବେଳେ ଆହତ ହୋଇ ଦୁଇ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ର ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଦୁଇ ଜଣ ବ୍ୟକ୍ତି । ଅଭିଯୋଗ ଅନୁସାରେ, ସରକାରୀ ଫାଇଲ କିଛି ଦେଖିବାକୁ ଚାହୁଁଥିବା ନେଇ ପ୍ରଥମେ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ଫୋନ୍ ଆସିଥିଲା । ହେଲେ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ଫାଇଲ ନେଇ ଯାଇପାରିବେ ନାହିଁ ବୋଲି ଅକ୍ଷମତା ଦେଖାଇଥିଲେ
ଆଉ ଏହାପରେ ଉଭୟଙ୍କୁ ଏକ ବେସରକାରୀ ହସ୍ପିଟାଲକୁ ଆସିବାକୁ କୁହାଯାଇଥିଲା । ହେଲେ ଏଥିରେ ବି ଉଭୟ ଅଧିକାରୀ ରାଜି ହୋଇନଥିବା ସେମାନେ ବୟାନ ଦେଇଛନ୍ତି । ପରେ ବିନା ଫାଇଲରେ ଆସି ମନ୍ତ୍ରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା । ଆଉ ଯେତେବେଳେ ଉଭୟେ ଯାଇ ମନ୍ତ୍ରୀଙ୍କୁ ଦେଖା କଲେ ସେତେବେଳେ ସେମାନଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଚେୟାରରେ ଆକ୍ରମଣ କରାଯାଇଥିବା ନେଇ ବୟାନ ଦେଇଛନ୍ତି ଆହତ ହୋଇଥିବା ବ୍ୟକ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/bisheswar-tudu.jpg)