ନା ବନ୍ଧୁକରେ, ନା ଗୁଳିରେ ! କିଛି ଏଭଳି ଢଙ୍ଗରେ କାଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ଧରୁଛନ୍ତି ପୋଲିସ ।

Advertisment
ନା ବନ୍ଧୁକରେ, ନା ଗୁଳିରେ ! କିଛି ଏଭଳି ଢଙ୍ଗରେ କାଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ଧରୁଛନ୍ତି ପୋଲିସ ।

www.trendsmap.com

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ପୁଲିସ୍ ଉପରକୁ ପଥର ଫିଙ୍ଗାଳି ପଥର ଫିଙ୍ଗିବା ଜାରି ରଖିଥିବା ବେଳେ ପୁଲିସ୍ ଏକ ନିଆରା ଉପାୟ ଅବଲମ୍ବନ କରି ପଥର ଫିଙ୍ଗାଳିଙ୍କ ସର୍ଦ୍ଦାରଙ୍କୁ ଧରିବାରେ ସମର୍ଥ ହୋଇଛି। ଶୁକ୍ରବାର ଶ୍ରୀନଗରରେ ଥିବା ଜାମା ମସଜିଦ୍ ସାମ୍ନାରେ ପ୍ରାର୍ଥନା ସରିବା ପରେ ଭିଡ଼ ଜମିଥିଲା। ହଠାତ ସେହି ଭିଡ଼ରେ ଉପସ୍ଥିତ ପୁଲିସ ଉପରକୁ ପଥର ଫିଙ୍ଗା ଆରମ୍ଭ ହୋଇ ଯାଇଥିଲା।

ମଜା କଥା ହେଉଛି ପଥର ଫିଙ୍ଗାଳିଙ୍କୁ ଧରିବା ପାଇଁ ସେହି ଭିଡ଼ ଭିତରେ ସିଆରପିଏଫ୍ ପୁଲିସ୍ ପୂର୍ବରୁ ସାଧାରଣ ପୋଷାକରେ ଗୁପ୍ତ ଭାବେ ରହିଥିଲା। ପୁଲିସ୍ ଚତୁରତା ଅବଲମ୍ବନ କରି ସାଧାରଣ ପୋଷାକରେ ରହିବା ସହ ପଥର ଫିଙ୍ଗାଳିଙ୍କ ସହ ମିଶି ଯାଇଥିଲା। ସୁବିଧା ଦେଖିି ସେମାନଙ୍କର ରିଙ୍ଗ୍-ଲିଡର୍କୁ ସିଆରପିଏଫ୍ ପୁଲିସ୍ ମାଡ଼ି ବସି ଧରି ପକାଇ ଥିଲା। ପରେ ପରେ ସମୁଦାୟ ୪ ଜଣ ପଥର ଫିଙ୍ଗାଳିଙ୍କୁ ଧରିବାରେ ପୁଲିସ୍ ସମର୍ଥ ହୋଇଛି।

publive-image

ଏହି ଉପାୟ କେବଳ ପଥର ଫିଙ୍ଗାଳିଙ୍କୁ ଧରିବା ପାଇଁ ନୁହେଁ, ବରଂ ଭିଡ଼ ହିଂସାକୁ ଆୟତ୍ତ କରିବା ପାଇଁ ପୁଲିସ୍ ଆପଣେଇଥିଲା। ପୁଲିସ୍ ରିଙ୍ଗ୍-ଲିଡରକୁ ଧରିବା ପରେ ଭିଡ଼ ୧ ମିନିଟ୍ ଭିତରେ କୁଆଡ଼େ ଭାଙ୍ଗି ଯାଇଥିଲା। ଏହି ଭିନ୍ନ ଉପାୟ ଆପଣେଇ ଥିବାରୁ ଜମ୍ମୁ-କଶ୍ମୀର ପୁଲିସକୁ ଲୋକଙ୍କର ପ୍ରଶଂସାର ସୁଅ ଛୁଟିଛି। ଏପରି ଉପାୟ ଜମ୍ମୁ-କଶ୍ମୀର ପୁଲିସ୍ ପ୍ରଥମ ଥର ପାଇଁ କରିନାହିଁ। ପୂର୍ବରୁ ମଧ୍ୟ ୨୦୧୦ ମସିହାରେ ଜମ୍ମୁ-କଶ୍ମୀର ପୁଲିସ୍ ଏହି ଭଳି ଭାବେ ନିଜର ସାହସିକତା ପ୍ରଦର୍ଶନ କରି ଚର୍ଚ୍ଚାରେ ରହିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe