ନୂଆ ନିୟମ ଲାଗୁ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କଡା ଆଭିମୁଖ୍ୟ । ଚିରା, ଫଟା ପୋଷାକ ପିନ୍ଧିଥିବା ଭକ୍ତଙ୍କୁ ସିଂହଦ୍ୱାରରୁ ଫେରାଇ ଦେଲେ ପୋଲିସ ପ୍ରଶାସନ ଓ ସେବାୟତ ।

ନୂଆ ନିୟମ ଲାଗୁ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କଡା ଆଭିମୁଖ୍ୟ । ଚିରା, ଫଟା ପୋଷାକ ପିନ୍ଧିଥିବା ଭକ୍ତଙ୍କୁ ସିଂହଦ୍ୱାରରୁ ଫେରାଇ ଦେଲେ ପୋଲିସ ପ୍ରଶାସନ ଓ ସେବାୟତ ।

କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ । ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ଲାଗୁ ହେବ ଡ୍ରେସ କୋର୍ଡ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପରିଧାନକୁ ଗମ୍ଭୀରତା ସହ ନେଇଛି ପ୍ରଶାସନ । ଯାହାର ଝଲକ ଏବେଠୁ ଦେଖିବାକ ମିଳିଲାଣି । କିଛି ଭକ୍ତ ଚିରା ଜିନ୍ସ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପ୍ରବେଶ ପଥରେ ଅଟକାଇଥିଲେ କିଛି ସେବାୟତ । ଭଲ ଭାବେ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ନିଜର ସଂସ୍କୃତିକୁ ଅପଭ୍ରଂଶ ନ କରିବାକୁ କହିଥିଲେ ।

ସେବାୟତଙ୍କ କଥା ମାନି ଭକ୍ତ ମଧ୍ୟ ଉପଯୁକ୍ତ ପୋଷାକ ପରିଧାନ କରୁଥିବାର ଦେଖିବାକୁ ମିଳିଛି । ଏପରିକି କିଛି ଭକ୍ତ ନିକଟସ୍ଥ ଦୋକାନରୁ ନୂଆ ଡ୍ରେସ କିଣି ପିନ୍ଧିବା ସହ ପାରମ୍ପରିକ ପୋଷାକ ଧୋତି ପିନ୍ଧି ମନ୍ଦିର ଭିତରକୁ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe