କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ । ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ଲାଗୁ ହେବ ଡ୍ରେସ କୋର୍ଡ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପରିଧାନକୁ ଗମ୍ଭୀରତା ସହ ନେଇଛି ପ୍ରଶାସନ । ଯାହାର ଝଲକ ଏବେଠୁ ଦେଖିବାକ ମିଳିଲାଣି । କିଛି ଭକ୍ତ ଚିରା ଜିନ୍ସ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପ୍ରବେଶ ପଥରେ ଅଟକାଇଥିଲେ କିଛି ସେବାୟତ । ଭଲ ଭାବେ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ନିଜର ସଂସ୍କୃତିକୁ ଅପଭ୍ରଂଶ ନ କରିବାକୁ କହିଥିଲେ ।
ସେବାୟତଙ୍କ କଥା ମାନି ଭକ୍ତ ମଧ୍ୟ ଉପଯୁକ୍ତ ପୋଷାକ ପରିଧାନ କରୁଥିବାର ଦେଖିବାକୁ ମିଳିଛି । ଏପରିକି କିଛି ଭକ୍ତ ନିକଟସ୍ଥ ଦୋକାନରୁ ନୂଆ ଡ୍ରେସ କିଣି ପିନ୍ଧିବା ସହ ପାରମ୍ପରିକ ପୋଷାକ ଧୋତି ପିନ୍ଧି ମନ୍ଦିର ଭିତରକୁ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/PURI-TEMPLE-THUMB.jpg)