ପୁରୀରେ ସେବାୟତ-ପୋଲିସ ମୁହାଁମୁହିଁ ! ସିଂହଦ୍ୱାରରେ ସେବାୟତଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ।

Advertisment
ଅଣସର ପିଣ୍ଡିରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ଉପଚାର । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରୁ ଫିଟା ହେଲା ଓଦା ବସ୍ତ୍ର

କନକ ବ୍ୟୁରୋ : ପୁରୀ ସିଂହଦ୍ୱାର ନିକଟରେ ଉତ୍ତେଜନା । ସେବାୟତଙ୍କୁ ମାଡ ମାରିଲେ ପୋଲିସ । ଜଣେ ସେବାୟତଙ୍କୁ ଶ୍ରୀମନ୍ଦିର ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭିତରଚ୍ଛ ସେବାୟତ ଭବାନୀ ଶଙ୍କର ମହାପାତ୍ର ୩ଜଣ ଭକ୍ତଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ ହେବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା ।

publive-imageଏପରିକି ପୋଲିସ ଉକ୍ତମାନଙ୍କୁ ପରିଚୟ ପତ୍ର ମଧ୍ୟ ମାଗିଥିଲେ । ସେବାୟତଙ୍କ କହିବା ହେଲା ଯାତ୍ରୀ ଜଣଙ୍କ ବିଦେଶି ନୁହନ୍ତି । ସେ ବଙ୍ଗାଳି ଭାଷାରେ କଥା ହେଉଛନ୍ତି । ତେଣୁ ତାଙ୍କୁ ମନ୍ଦିର ଭିତରକୁ ଛଡାଯାଉ । କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ ସେବାୟତଙ୍କୁ ମାଡ ମାରିଥିଲେ । ଏଥିରେ ସେବାୟତଙ୍କ ଜଣଙ୍କ ଆହତ ହୋଇଛନ୍ତି । ତେବେ ଏନେଇ ଏସପି, ଜିଲ୍ଲାପାଳ ଓ ଶ୍ରୀମନ୍ଦିର କମାଣ୍ଡରଙ୍କୁ ସେବାୟତ ଅଭିଯୋଗ କରିଛନ୍ତି । ତେବେ ଏ ତମାମ ଦୃଶ୍ୟର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe