ପୁରୀରେ ପୋଲିସ-ପବ୍ଲିକ ମୁହାଁମୁହିଁ । ବଡଶଙ୍ଖ ଛକରେ ଉଠା ଦୋକାନୀଙ୍କୁ ଉଠାଉଥିବା ବେଳେ ଉତ୍ତେଜନା, ପ୍ରତିବାଦରେ ଧାରଣାରେ ବସିଲେ ବ୍ୟବସାୟୀ ସଂଘ ।

567

କନକ ବ୍ୟୁରୋ : ଲକଡାଉନ ସମୟରେ ପୁରୀରେ ଉତ୍ତେଜନା । ସହରର ବଡଶଙ୍ଖ ବଜାରରେ  ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି ।  ଠେଲା ବ୍ୟବସାୟୀଙ୍କୁ  ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି ।  ଏଥିରେ ବ୍ୟବସାୟୀ  ଗୁରୁତର ହୋଇଛନ୍ତି ।  ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

ଆଜି ବଡଶଙ୍ଖରେ ଠେଲା ବ୍ୟବସାୟୀମାନେ କୌଣସି ସମାଜିକ ଦୂରତା ନ ମାନି ଦୋକାନ ଖୋଲିବା ସହ ବ୍ୟବସାୟ କରୁଥିଲେ । ପୋଲିସ ଏଠାରେ ପଂହଚି ଭିଡକୁ ନିୟନ୍ତ୍ରଣ କରିବାକୁ ଆସିଥିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏହି ସମୟରେ ପୋଲିସ ମାଡରେ ଜଣେ ଗୁରୁତର ହୋଇଛି ।  ଆଉ ଏହାର ପ୍ରତିବାଦରେ  ବଡଶଙ୍ଖରେ ଧାରଣାରେ ବସିଥିଲେ ବ୍ୟବସାୟୀ ସଂଘ ଓ ପରିବାର । ପରେ ପୋଲିସ ବୁଝାସୁଝା କରି ସେମାନଙ୍କୁ ଧାରଣାସ୍ଥଳରୁ ଉଠାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

Comments are closed.