କନକ ବ୍ୟୁରୋ : ଲକଡାଉନ ସମୟରେ ପୁରୀରେ ଉତ୍ତେଜନା । ସହରର ବଡଶଙ୍ଖ ବଜାରରେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି । ଠେଲା ବ୍ୟବସାୟୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।
ଆଜି ବଡଶଙ୍ଖରେ ଠେଲା ବ୍ୟବସାୟୀମାନେ କୌଣସି ସମାଜିକ ଦୂରତା ନ ମାନି ଦୋକାନ ଖୋଲିବା ସହ ବ୍ୟବସାୟ କରୁଥିଲେ । ପୋଲିସ ଏଠାରେ ପଂହଚି ଭିଡକୁ ନିୟନ୍ତ୍ରଣ କରିବାକୁ ଆସିଥିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଆଉ ଏହି ସମୟରେ ପୋଲିସ ମାଡରେ ଜଣେ ଗୁରୁତର ହୋଇଛି । ଆଉ ଏହାର ପ୍ରତିବାଦରେ ବଡଶଙ୍ଖରେ ଧାରଣାରେ ବସିଥିଲେ ବ୍ୟବସାୟୀ ସଂଘ ଓ ପରିବାର । ପରେ ପୋଲିସ ବୁଝାସୁଝା କରି ସେମାନଙ୍କୁ ଧାରଣାସ୍ଥଳରୁ ଉଠାଇଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/14-7.jpg)