ଲୋକଙ୍କ ମାଡରେ ପୋଲିସ ଆହତ । ଗୋଷ୍ଠୀ ସଂଘର୍ଷର ସମାଧାନ କରୁଥିବା ଲୋକଙ୍କୁ ପୁଲିସ ଉଠାଇ ନେବାରୁ ଉତ୍ତେଜନା, ଛତ୍ରଭଙ୍ଗ ଦେଲା ପୁଲିସ ।

192

କନକ ବ୍ୟୁରୋ : ବାଲେଶ୍ୱରରେ ଲୋକଙ୍କ ମାଡରେ ଛତ୍ରଭଙ୍ଗ ଦେଲା ପୁଲିସ । ଖନ୍ତାପଡା ଥାନା ଅଧିନ ଗୋପାଳପୁର ଛକ ନିକଟ ମଦ ଦୋକାନ ପାଖରେ ଗୋଷ୍ଠୀ ସଂଘର୍ଷର ସାମାଧାନ କରୁଥିବା ବୟଜ୍ୟେଷ୍ଠଙ୍କୁ ପୁଲିସ ଉଠାଇ ନେବାରୁ ଉତ୍ତେଜନା ଦେଖା ଦେଇଛି ।

ଏହି ଘଟଣାକୁ ନେଇ ଉତ୍ୟେକ୍ତ ଲୋକେ ପୁଲିସ ଉପରେ ଆକ୍ରମଣ କରିଛନ୍ତି । ଲୋକଙ୍କ ମାଡରେ ୩ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି । ଆହତ ପୁଲିସ ଅଧିକାରୀଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।