ଟ୍ରାଫିକ ଧରପଗଡ : ସମ୍ବଲପୁରରେ ପୋଲିସ-ପବ୍ଲିକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ, ମୋଟା ଅଙ୍କର ଚାଲାଣକୁ ନେଇ ପୋଲିସକୁ ଘେରିଲେ ଜନତା ।

Advertisment
ଟ୍ରାଫିକ ଧରପଗଡ : ସମ୍ବଲପୁରରେ ପୋଲିସ-ପବ୍ଲିକଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ, ମୋଟା ଅଙ୍କର ଚାଲାଣକୁ ନେଇ ପୋଲିସକୁ ଘେରିଲେ ଜନତା ।

କନକ ବ୍ୟୁରୋ : ନୂଆ ଟ୍ରାଫିକ ଆଇନ୍ ଲାଗୁ ହେବା ସହ ସାରା ରାଜ୍ୟରେ କଡାକଡି ହୋଇଛି ଚେକିଂ । ଆଜି ତୃତୀୟ ଦିନରେ ମଧ୍ୟ ଲକ୍ଷାଧିକ ଟଙ୍କାର ତଣ୍ଡ ଗଣିଛନ୍ତି ଗାଡି ଚାଳକ । ପୋଲିସ ଓ ପରିବହନ ବିଭାଗ ଅଧିକାରୀ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କୁ ଅଟକାଇ ମୋଟା ଅଙ୍କର ଚାଲାଣ କାଟିଛନ୍ତି ।ସମ୍ବଲପୁରରେ ଏକ ଅଟୋକୁ ସାଢେ ୩୦ ହଜାର ଟଙ୍କାର ଫାଇନ୍ ଲାଗିଥିବା ବେଳେ ଡିଜେ ଗାଡିର ୨୦ ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି । ଏପଟେ ଭୁବନେଶ୍ୱରରେ ବିଏମସି ଗାଡିକୁ ଲାଗିଛି ୩୨ ହଜାର ଟଙ୍କାର ଜୋରିମାନା ।

ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ଫାଇନ ଆଦାୟ ବେଳେ ପୁଲିସ-ଜନତା ମୁହାଁମୁହିଁ । ରାସ୍ତା ଉପରେ ଧସ୍ତାଧସ୍ତି ଭଳି ପରିସ୍ଥିତି । ସମ୍ବଲପୁରରେ ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ । ଆଉ ପୋଲିସ ମୋଟା ଅଙ୍କର ଚାଲାଣ କାଟିବା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଟ୍ରାଫିକ ଧରପଗଡର ତୃତୀୟ ଦିନରେ ସମ୍ବଲପୁରରେ ଅଟୋକୁ ଲାଗିଛି ସାଢେ ୩୦ ହଜାର ଟଙ୍କାର ଫାଇନ୍ । କାରଣ ଯାତ୍ରୀବାହୀ ଅଟୋରେ ଚାଳକ କରୁଥିଲେ ମାଲ୍ ପରିବହନ । ଖାଲି ସେତିକି ନୁହେଁ, ଅଟୋର ରେଜିଷ୍ଟେସନ ନଥିଲା କି ଚାଳକଙ୍କ ପାଖରେ ନଥିଲା ବୈଧ ଡ୍ରାଇଭିଂ ଲାଇସେନ୍ସ । ସେହିପରି ନିୟମ ଉଲ୍ଲଂଘନ ପାଇଁ ଡିଜେ ଗାଡିର ୨୦ ହଜାର ୫୦୦ ଟଙ୍କାର ଚାଲାଣ କାଟିଛନ୍ତି ପରିବହନ ଅଧିକାରୀ ।

କେବଳ ସମ୍ବଲପୁର ନୁହେଁ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ବିଏମସି ଗାଡିକୁ ଲାଗିଛି ମୋଟା ଅଙ୍କର ଫାଇନ୍ । ଅଳିଆ ବୁହା ହେଉଥିବା ଗାଡିକୁ ୩୨ ହଜାର ଟଙ୍କାର ଚାଲାଣ କଟାଯାଇଛି । ଗୋଟିଏ ଗାଡିଠାରୁ ୨୨ ହଜାର ଏବଂ ଅନ୍ୟଟିକୁ ୧୦ ହଜାର ୫୦୦ଟଙ୍କାର ଜରିମାନା ଆଦାୟ କରାଯାଇଛି । ବୀମା, ପ୍ରଦୂଷଣ ଓ ପରମିଟ ନଥିବାରୁ ଚାଲାଣ କାଟିଛି ପରିବହନ ଅଧିକାରୀ । ସାରା ରାଜ୍ୟରେ ନୂଆ ମୋଟର ଯାନ ଆଇନ୍ ଅନୁଯାୟୀ ନିୟମ ଉଲ୍ଲଘଂନ କରୁଥିବା ଚାଳକଙ୍କଠାରୁ ଜରିମାନା ଆଦାୟ ଚାଲିଛି । ଏହାରିଭିତରେ ଅନେକ ସ୍ଥାନରେ ପ୍ରତିବାଦ ବି ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe