କନକ ବ୍ୟୁରୋ : ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ପୁଲିସର ଜୋରଦାର ପ୍ରସ୍ତୁତି । ରାୟଗଡାରେ ଫ୍ଲାଗ ମାର୍ଚ କରିଛନ୍ତି ପୁଲିସ ଓ ସିଆରପିଏଫ ଯବାନ । ରାୟଗଡା ଏସପି ଡକ୍ଟର ଶ୍ରବଣ ବିବେକ୍ ଏମ୍ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫ୍ଲାଗ ମାର୍ଚ କରାଯାଇଥିବା ବେଳେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ସିଆରପିଏଫର ୨ ପ୍ଲାଟୁନ୍ ଏବଂ ଓଡିଶା ପୁଲିସ ଅଧିକାରୀ ଫ୍ଲାଗ ମାର୍ଚ କରି ସହର ପରିକ୍ରମା କରିଛନ୍ତି । ରାୟଗଡା ମୁଖ୍ୟ ବଜାର, ଅଣ୍ଡର ଗ୍ରାଉଣ୍ଡ ରାସ୍ତା, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରାସ୍ତା ଦେଇ ଏମ.ଆଇ. ଡିଭିଜନ ରାସ୍ତା ଦେଇ ସିଆରପିଏଫ୍ କ୍ୟାମ୍ପରେ ପହଂଚିଥିଲେ ଯବାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଦିନ ମାଓବାଦୀ ବନ୍ଦ ଡାକରା ଦେଇଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ସଜାଗ ଥିବା କହିଛନ୍ତି ରାୟଗଡା ଏସପି ।
ତେବେ ଆସନ୍ତା ୧୧ ତାରିଖରୁ ଓଡିଶାରେ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଏପ୍ରିଲ ୧୧, ୧୮, ୨୩, ୨୯ ଏହି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ ଏବଂ ମେ ୨୩ରେ ଫଳାଫଳ ଘୋଷଣା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/POLICE.jpg)
/kanak/media/post_attachments/wp-content/uploads/2019/04/Screen-Shot-2019-04-06-at-4.44.56-PM-300x207.png)