କନକ ବ୍ୟୁରୋ: ସମ୍ବଲପୁରରେ ବିଜେପି ଆରଡିିସି ଅଫିସ ଘେରାଉ ବେଳେ ଉତ୍ତେଜନା । ପୁଲିସ ସହ ବିଜେପି ନେତା ଓ କର୍ମୀମାନେ ଧସ୍ତାଧସ୍ତି ହୋଇଛନ୍ତି । ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ପୁଲିସ ଉଠାଇନେଇ ଅଟକ ରଖିଛି।
ମଣ୍ଡିରୁ ଧାନ ନଉଠିବା ଘଟଣାକୁ ନେଇ ବିଜେପି ଆଜି ଜୋରଦାର ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ଆରଡ଼ିସି ଅଫିସ ଘେରାଉ କରିବା ପାଇଁ ଦଳର ନେତା ଓ କର୍ମୀମାନେ ଆଜି ଏକାଠି ହୋଇଥିଲେ । ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ବିଜେପି ରଣ ହୁଙ୍କାର ଦେଇଥିଲା । ସାରା ରାଜ୍ୟରେ ଚାଷୀଙ୍କ ଧାନ ବିକ୍ରି ପାଇଁ ବିଭିନ୍ନ ସମସ୍ୟା ଲାଗି ରହିଛି । ଚଳିତ ବର୍ଷ ମଣ୍ଡି ଖୋଲିବାଠୁ ବିଭିନ୍ନ ସମସ୍ୟା ଦେଖା ଦେଇଛି । ଟୋକନ ଅବ୍ୟବସ୍ଥା, ମିଲର କଟନି ଛଟନି, ଟୋକନ ଲେପ୍ସ ହେବା ଏବଂ ମାସ ମାସ ଧରି ଧାନ ମଣ୍ଡିରେ ପଡ଼ି ରହିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଚାଷୀଙ୍କ ସମର୍ଥନରେ ବିଜେପିର ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ବା ୩୭ଟି ବିଧାନସଭା କ୍ଷେତ୍ରୀୟ ଅଂଚଳର ଚାଷୀଙ୍କ ସହ ବିଜେପି କର୍ମୀ ଓ ଚାଷୀ ସମର୍ଥକ ଆନ୍ଦୋଳନକୁ ଓହ୍ଲାଇଥିଲେ ।
ପଶ୍ଚିମ ଓଡିଶାରେ ଧାନ ମଣ୍ଡି ଅବ୍ୟବସ୍ଥା ନେଇ ବିଜେପିର ପ୍ରତିବାଦ ଉପରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଚାଷୀଙ୍କୁ ଶୋଷଣ କରାଯାଉଛି । ସଇତାନ ବେଦପାଠ କରୁଛି । ବିଜେପି ଦଳ କେନ୍ଦ୍ର ସରକାରରେ ରହିଛନ୍ତି । କେନ୍ଦ୍ରରେ ଯେଉଁ ଦଳ ରହିଛି , ସେମାନେ ଏଠି ହୋହାଲ୍ଲା କାହିିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଓଡିଶା ସରକାର ଓ ଏଫସିଆଇ ମିଳିତ ଭାବେ ବ୍ୟବସାୟୀଙ୍କ ସହ ଓ ଚାଷୀଙ୍କୁ ଶୋଷଣ କରୁଛନ୍ତି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/bjp.jpg)