କନକ ବ୍ୟୁରୋ : ପୁଲିସ ଏଡ଼୍ ପୋଷ୍ଟ ପାଲଟିଛି କପଡ଼ା ଦୋକାନ । ଟ୍ରାଫିକ ଡ୍ୟୁଟିରେ ରହୁ ନାହାନ୍ତି କର୍ମଚାରୀ । ନବରଙ୍ଗପୁର ଜିଲ୍ଲା ରାଇଘର ବଜାରରେ ଥିବା ପୋଲିସ ଏଡ ପୋଷ୍ଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଡ ପୋଷ୍ଟରେ କୌଣସି ପୋଲିସ କର୍ମଚାରୀ ରହୁ ନଥିବାରୁ ଏବେ ଏହା ଉଠା କପଡ଼ା ଦୋକାନରେ ପରିଣତ ହୋଇଯାଇଛି ।
୧୦ ବର୍ଷ ପୂର୍ବେ ଥାନାକୁ ଛୋଟ ଛୋଟ ଅଭିଯୋଗ ନେଇ ଆସି ପାରୁନଥିବା ଲୋକଙ୍କ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ଏଡ଼୍ ପୋଷ୍ଟ ନିର୍ମାଣ କରାଯାଇଥିଲା । କିଛି ବର୍ଷ ଏଡ଼୍ ପୋଷ୍ଟ ଠିକ୍ ଠାକ ଚାଲିଥିଲା, ଏବେ ପ୍ରାୟ ୪ବର୍ଷ ହେବ ଏଡ଼୍ ପୋଷ୍ଟରେ କୌଣସି ପୋଲିସ କର୍ମଚାରୀ ରହୁନାହାନ୍ତି । ପୋଲିସ ପକ୍ଷରୁ ବ୍ୟବହାର ହେଉ ନଥିବାରୁ ଏଡ଼୍ ପୋଷ୍ଟରେ କିଛି ଉଠା ଦୋକାନୀ କପଡ଼ା ବ୍ୟବସାୟ ଚଲାଇଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/u7mjhujm.jpg)