ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଭୋଟ୍ ସମୟରେ କୈାଣସି ପ୍ରକାରର ଅପ୍ରିୟ ସ୍ଥିତି ଏବଂ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଏଥର ୩ ମିନିଟ୍ ରେସପୋନ୍ସ ପ୍ଲାନ୍ ପ୍ରସ୍ତୁତ କରିଛି । ଘଟଣା-ଦୁର୍ଘଟଣାର ଖବର ମିଳିବା କ୍ଷଣି ପୁଲିସ୍ ୩ ମିନିଟ୍ ଭିତରେ ଘଟଣାସ୍ଥଳରେ ପହଂଚିଯିବ ।
ସହରାଂଚଳ ଭୋଟିଙ୍ଗ ବୁଥ୍ ରେ କୌଣସି ଉପଦ୍ରବ କିମ୍ବା ଅଘଟଣର ସୂଚନା ଉପରେ ପୁଲିସ୍ ଫୋର୍ସ କେବଳ ଅଭିଯୋଗ ମିଳିବାର ୩ ମିନିଟ୍ ଭିତରେ ଘଟଣାସ୍ଥଳରେ ପହଂଚିଯିବ । ପୁଲିସ୍ ପ୍ଲାନିଙ୍ଗରେ ରେସପୋନ୍ସ ସମୟର ବିଶେଷ ଧ୍ୟାନ ରଖାଯାଇଛି । ପରିସ୍ଥିତିକୁ ତତ୍କାଳୀନ କାବୁ କରିବା ପାଇଁ ସ୍ଥାନୀୟ ପୁଲିସକର୍ମୀ ଓ ମୋବାଇଲ ବାହାନ ଭୋଟ୍ କେନ୍ଦ୍ର ପାଖରେ ମୁତୟନ ରହିବେ ।
ମଧ୍ୟପ୍ରଦେଶ ଏଥର ବିଧାନସଭା ନିର୍ବାଚନ ପାଇଁ ୬୫ ହଜାରରୁ ବି ଅଧିକ ପୋଲିଙ୍ଗ ବୁଥ୍ ନିର୍ମାଣ କରିଛି । ସହାରାଂଚଳ ଅପେକ୍ଷା ଗ୍ରାମାଂଚଳରେ ଅଧିକ ଭୋଟ୍ କେନ୍ଦ୍ର ଅଛି । ଏମଧ୍ୟରୁ ୧୦ହଜାରରୁ ଅଧିକ ଭୋଟ୍ କେନ୍ଦ୍ର ସମ୍ବେଦନଶୀଳ । ବର୍ଷ ୨୦୧୩ ନିର୍ବାଚନ ତୁଳନାରେ ଏଥର ଭୋଟିଙ୍ଗ ବୁଥ୍ ର ସୁରକ୍ଷାର ଅଧିକ ବ୍ୟବସ୍ଥା କରାଯାଇଛି । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଥାନା ଠାରୁ ଆରମ୍ଭ କରି ସିଏସପି ଓ କ୍ୟୁଆରଟି ମୋବାଇଲ ଭ୍ୟାନ ମୁତୟନ ରହିବେ । ଏଫଆରବି ସହିତ ୱେପନ୍ସ ମୋବାଇଲ ବି ଗତିଶୀଳ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/140407123723-08-india-elections-2014-horizontal-large-gallery.jpg)
/kanak/media/post_attachments/wp-content/uploads/2018/11/The-lives-of-Madhya-Pradesh-police-are-in-danger_5ab5dc9538706-300x211.jpg)
/kanak/media/post_attachments/wp-content/uploads/2018/11/1231-300x169.jpg)