କନକ ବ୍ୟୁରୋ: ନଦୀ ଓ ପାଣିକୁ ନେଇ ରାଜ୍ୟରେ ପୁଣି ରାଜନୀତି ତେଜିଛି। ପ୍ରସଙ୍ଗ ପାଲଟିଛି ପୋଲାଭରମ୍। ବଡ଼ କଥା ହେଉଛି ୨୪ ବର୍ଷ ଧରି ସରକାରରେ ଥିବା ଦଳ କ୍ଷମତରୁ ଓହ୍ଲାଇଯିବା ପରେ ପୋଲାଭରମ କଥା ମନେ ପକାଇଛି। ଆଉ ପ୍ରଶ୍ନ ଉଠୁଛି, ପୂର୍ବ ସରକାରର ଭୁଲ ସୁଧାରି ଓଡ଼ିଶାବାସୀଙ୍କୁ ନାୟ ଦେବେ କି ଡବଲ ଇଂଜିନ୍ ସରକାର।

ପୁଣି ରାଜନୀତିର ସେଣ୍ଟରେ ଷ୍ଟେଜକୁ ଆସିଛି ପୋଲାଭରମ ପ୍ରସଙ୍ଗ । ବଜେଟରେ ଆନ୍ଧ୍ର ସରକରାଙ୍କୁ ପୋଲଭରମ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଅନୁଦାନ ମିଳିବା ପରେ ସକ୍ରିୟ ହୋଇଛନ୍ତି ବିରୋଧୀ । ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ରିହିବା ପରେ ଏହି ପ୍ରସଙ୍ଗରେ ଓଡିଶାକୁ ନ୍ୟାୟ ଦେଇ ପାରିନଥିବା ବିଜେଡି, ଏବେ କୁମ୍ଭୀର କାନ୍ଦଣା କାନ୍ଦିବା ଆରମ୍ଭ କରିଛି। ବଡ କଥା ହେଉଛି, ଦୀର୍ଘ ୧୮ ବର୍ଷ ଧରି ଜଳସମ୍ପଦ ବିଭାଗର ଦାୟିତ୍ବରେ ଥିଲେ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ପ୍ରଦୀପ ଜେନା, ସୁରେଶ ମହାପାତ୍ର ଭଳି ବରିଷ୍ଠ ଅଧିକାରୀ ଯେଉଁମାନେ ଜଳସମ୍ପଦ ବିଭାଗର ସଚିବ ଥିଲେ । ଆଉ ପରବର୍ତ୍ତୀ ସମୟରେ ମୁଖ୍ୟଶାସନ ସଚିବ ହୋଇଥିଲେ ବି ପୋଲାଭରମର ପ୍ରକଳ୍ପ ଉପରେ ରୋକ ଲଗାଇ ପାରିନଥିଲେ । ଏବେ ଶାସନ ଗାଦିରୁ ହଟିବା ପରେ ପୋଲାଭମକୁ ବଡ ଅସ୍ତ୍ର କରି ଗ୍ରାଉଣ୍ଡ ଭିଜିଟ କରିଛି ବିଜେଡିର ସ୍ବତନ୍ତ୍ର ଟିମ୍ ।

୨୦୦୬ରେ ପୋଲାଭରମ ପ୍ରକଳ୍ପ ଆରମ୍ଭ କରିଥିଲେ ଆନ୍ଧ୍ର ସରକାର । ଆଉ ଏହି ପ୍ରକଳ୍ପକୁ ପୂର୍ଣ୍ଣ ସମର୍ଥନ କରିଥିଲା ତତକାଳୀନ ୟୁପିଏ ସରକାର । ୨୦୧୪ରେ ଏନଡିଏ ସରକାର ଆସିବା ପରେ ବି ପୋଲାଭରମ ପ୍ରକଳ୍ପ ଉପରେ ରୋକ ଲାଗିପାରିନଥିଲା । ଆଉ ଯେତେବେଳେ ଏହି ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପଂହଚିଛି ସେତେବେଳେ ନୂଆ ସରକାରଙ୍କ କୋର୍ଟକୁ ବଲ ଠେଲି ପ୍ରସଙ୍ଗ କରିଛି ବିଜେଡି ।

ଗୋଦାବରୀ ନଦୀର ଉପରମୁଣ୍ଡରେ ପୋଲାଭରମ ପ୍ରକଳ୍ପ କରୁଛି ଆନ୍ଧ୍ର । ପ୍ରକଳ୍ପ ହେଲେ
- ମାଲକାନଗିରିର ପ୍ରାୟ ୭୦ ଆଦିବାସୀ ଗାଁ ବିସ୍ଥାପିତ ହେବ
- ଅନେକ ଚାଷଜମି ଜଳମଗ୍ନ ହେବ

କିନ୍ତୁ ପୋଲାଭରମ ପ୍ରକଳ୍ପ ହେବା ଦ୍ବାରା କେତେ ଲୋକେ ଭିଟାମାଟି ଛାଡିବେ, କେତେ ଚାଷଜମି ପ୍ରଭାବିତ ହେବ, ତାର ସର୍ଭେ କରିନାହାନ୍ତି ତତ୍କାଳୀନ ସରକାର । ଏବେ ପ୍ରଶ୍ନ ଉଠୁଛି, ଡବଲ ଇଂଜିନ ସରକାର ତତ୍କଳୀନ ସରକାରର ଭୁଲ ସୁଧାରି ଓଡିଶାକୁ ନ୍ୟାୟ ଦେବେ କି?