ବର୍ଷା କମିବା ପରେ ଛଡାଯାଇଛି ଧନେଇ ଡ୍ୟାମ ପାଣି : ପ୍ରଶାସନର ବାରଣ ସତ୍ତ୍ୱେ ଶତାଧିକ ଲୋକ ଧରିଲେ ମାଛ

ଦଳ ଦଳ ହୋଇ ଲୋକେ ମାଛ ମାରୁଥିବାର ଦୃଶ୍ୟ ଭାଇରାଲ

119

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଲଘୁଚାପଜନିତ ବର୍ଷା କମିବା ପରେ ଧନେଇ ଡ୍ୟାମରୁ ପାଣି ଛଡାଯାଇଥିଲା । ଆଉ ପାଣି ଛଡାଯିବା ପରେ ଲୋକେ ମାଛ ଧରିବା ଲାଗି ମାଛ ଧରୁଥିବା ଦେଖିବାକୁ ମିଳିଛି । କୌଣସି ସୂଚନାକୁ ଖାତର ନକରି ପୋଲସରା ଧନେଇ ଘାଇ ରେ ଶତାଧିକ ଲୋକ ମାଛ ଧରୁଥିବା ଦେଖିବାକୁ ମିଳିଛି । ଦଳ ଦଳ ହୋଇ ଲୋକମାନେ ମାଛ ଧରୁଥିଲେ ମଧ୍ୟ ପୋଲସାରା ଜଳସମ୍ପଦ ବିଭାଗ ଚୁପ ରହିଥିବା ଜଣାପଡିଛି । ଗତବର୍ଷ ଏହି ସ୍ଥାନରୁ ମାଛ ଧରିବା ସମୟରେ ଗୋଟିଏ ନାବାଳକର ଜୀବନ ଚାଲିଯାଇଥିଲା ।

ସେପଟେ, ବଢୁଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତା ଅଂଚଳରେ ଗତକାଲି ସାମାନ୍ୟ ବର୍ଷା ହୋଇଥିବାବେଳେ ଉପରମୁଣ୍ଡରେ ବର୍ଷା କାରଣରୁ ଜଳସ୍ତର ବଢି ବନ୍ୟା ପରିସ୍ଥିତି ଉପୁଜିଛି । ବସ୍ତା ଅଂଚଳରେ ପାଖାପଖି ୩ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ତଳିଆ ଅଂଚଳରେ କିଛି ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମଥାନୀ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି ।