କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବଢ଼ିଛି ଅଡ଼ୁଆ । ପୁଣି ବିଜେଡି ସଙ୍ଗଠନର ଜଣେ ମହିଳା କେମିତି ଶ୍ରୀକାନ୍ତଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ଆଣିଥିଲେ । ଶ୍ରୀକାନ୍ତ ସାହୁ ପରିବାର ଲୋକଙ୍କୁ ମୋହରା କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ।

Advertisment

ଶ୍ରୀକାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦେବା ଏବଂ ସୁରକ୍ଷା ଦାବି କରି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଳେ ଦଳର ମୁଖିଆଙ୍କୁ ମଧ୍ୟ ଅବଗତ କରାଇବେ ବୋଲି ସଂଯୁକ୍ତା କହିଛନ୍ତି । ଚର୍ଚ୍ଚା ହୋଇଥିଲା ଅଭିଯୋଗ ଆଧାରରେ ଶ୍ରୀକାନ୍ତଙ୍କ ମନ୍ତ୍ରୀ ପଦ ଯାଇଥିଲା । ଆଉ ଏବେ ପୁଣି ଥରେ ବିଜେଡି ନେତ୍ରୀ ତାଙ୍କ ସୁରକ୍ଷା ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।