କନକ ବ୍ୟୁରୋ: ଆମେ କହୁଛୁ ଏବେ ଚର୍ଚ୍ଚାରେ ଥିବା ପୋଲାଣ୍ଡ ମହିଳା ବରବରା ପୋଲାକଙ୍କ କଥା । ଇନଷ୍ଟାରୁ ପରିଚୟ, କିଛି ଦିନର କଥାବାର୍ତ୍ତା, ପରେ ପ୍ରେମ । ସେ ପ୍ରେମ ପୁଣି ଏତେ ଗଭୀର ଯେ , ନିଜ ପ୍ରେମିକକୁ ପାଇବାକୁ ୭ ଦରିଆ ପାରି ସୁଦୂର ପୋଲାଣ୍ଡରୁ ଭାରତ ଚାଲିଆସିଲେ ବାରବରା ପୋଲାକ୍ । ନିଜ ପ୍ରେମିକ ତଥା ଛତିଶଗଡ ଯୁବକ ଶାଦାବକୁ ବିବାହ କରିବାକୁ ଝାରଖଣ୍ଡ ହଜାରୀଗାଁଓ ଖୁଟରା ଗାଁରେ ପହଞ୍ଚିଛନ୍ତି ବାରବରା ।

Advertisment

ଆଜିକା ଦିନରେ ନିଜ ପ୍ରେମକୁ ପାଇବାକୁ ସାଉଦିଅରବରୁ ଭାରତ ପଳାଇଆସିଥିବା ପାକିସ୍ତାନୀ ମହିଳା ସୀମାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରେମର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ପୋଲାଣ୍ଡ ମହିଳା ବାରବରା । ଇନଷ୍ଟାଗ୍ରାମରେ ପ୍ରଥମେ ଦୁହିଁଙ୍କ ପରିଚୟ ହେବା ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା । ବାରବରାଙ୍କୁ ଶାଦାବ ଏତେ ଭଲ ଲାଗିଲେ ଯେ, ଦୁହିଁଙ୍କ ମଧ୍ୟରେ ଧିରେ ଧିରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏକ ଭଲ ଜୀବନ ବଞ୍ଚିବାକୁ ଶାଦାବଙ୍କୁ ସବୁବେଳେ ଗାଇଡ୍ କରୁଥିଲେ ବରବରା । ଦୁହିଁଙ୍କ ମନ ମିଶିବା ପରେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏବେ ଶାଦାବଙ୍କୁ ବିବାହ କରିବାକୁ କାହିଁ କେତେଦୂର ପୋଲାଣ୍ଡରୁ ଝିଅ ଆନ୍ୟାକୁ ଧରି ଭାରତ ଝାରଖଣ୍ଡକୁ ଚାଲିଆସିଛନ୍ତି ବରବରା ।

ସୂଚନା ମୁତାବକ, ଭାରତ ବୁଲିବାକୁ ଆସିଥିବା ସମୟରେ ବାରବରା ଓ ଶାଦାବଙ୍କ ପରିଚୟ ପ୍ରଥମେ ୨୦୨୧ରେ ହୋଇଥିଲା । ଇନଷ୍ଟାଗ୍ରାମରେ କଥା ହେଉ ହେଉ ଦୁହିଁଙ୍କ ଭିତରେ ପ୍ରେମ ହୋଇଗଲା । ବାରବରାଙ୍କୁ ଏବେ ୪୯ ବର୍ଷ ହୋଇଥିବାବେଳେ ଆନ୍ୟା ପୋଲାକ୍ ନାଁରେ ତାଙ୍କର ୮ ବର୍ଷ ଝିଅ ଅଛି । ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ଅନେକ ବର୍ଷ ହେବ ଅଲଗା ହୋଇସାରିଛନ୍ତି ବାରବରା । ପୋଲାଣ୍ଡରେ ତାଙ୍କର ଏକ ବଡ ଫାର୍ମ ହାଉସ୍ ରହିଛି । ତେବେ ଶାଦାବ ଓ ବରବରା ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ଶାଦାବ ହଜାରିବାଗ ଏସଡିଏମ କୋର୍ଟରେ ଆବେଦନ କରିଛନ୍ତି । ସାରା ଜୀବନ ବରବରାଙ୍କ ସାଥ୍ ଦେବାକୁ କହିଛନ୍ତି ଶାଦାବ । ବରବରା ମଧ୍ୟ ଶାଦାବଙ୍କ ସହ ଖୁବ ୍ ଖୁସିରେ ରହିପାରିବେ ବୋଲି କହିଛନ୍ତି ।

ଝାରଖଣ୍ଡ ଆସିବା ପରେ ଶାଦାବଙ୍କ ଗାଁ ବୁଲି ଦେଖିବା ସହ ଝାରଖଣ୍ଡର ବିଭିନ୍ନ ଜାଗା ବୁଲିଛନ୍ତି ଏବଂ ରହିବାକୁ ଝାରଖଣ୍ଡ ଏକ ଭଲ ସ୍ଥାନ ବୋଲି କହିଛନ୍ତି ବରବରା । ଶାଦାବଙ୍କୁ ବିବାହ କରି ଭାରତରେ କିଛି ମାସ ରହିବା ପରେ ଶାଦାବଙ୍କୁ ନେଇ ପୋଲାଣ୍ଡ ଫେରିବେ ବୋଲି କହିଛନ୍ତି ବାରବରା । ତେବେ ପର୍ଯ୍ୟଟକ ଭିସାରେ ଭାରତ ଆସିଛନ୍ତି ବରବରା ପୋଲାକ୍, ଯାହା ୨୦୨୩ ପର୍ଯ୍ୟନ୍ତ ବୈଧ ଅଟେ ।

ବାରବରା ଝାରଖଣ୍ଡ ଆସିବା ପରେ ଏଠାରେ ହେଉଥିବା ଗୁଳିଗୁଳିକୁ ସେ ସହିପାରିନଥିଲେ । ତୁରନ୍ତ ୨ଟି ଏସି କିଣି ଶାଦାବଙ୍କ ଘରେ ଲଗାଇବା ସହ ଏକ ରଙ୍ଗିନ ଟିଭି ମଧ୍ୟ କିଣିଆଣିଥିଲେ । ଶାଦାବଙ୍କ ବିନା ଏବେ ବଞ୍ଚିବା ଅସମ୍ଭବ । ତେଣୁ ବିବାହ କରି ଶାଦାବଙ୍କୁ ନିଜ ଜୀବନସାଥୀ କରିବା ପରେ ପୋଲାଣ୍ଡ ଫେରି ସେଠାରେ ସୁଖର ସଂସାର ଗଢିବେ ବୋଲି କହିଛନ୍ତି ବାରବରା ।