thebetterindia.com
ଆଜି ୧୧ ମେ’ ହେଉଛି ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ’ । ଭାରତ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗୌରବ ବହନକାରୀ ଦିବସ। କାରଣ, ୧୯୯୮ ମସିହା ଆଜିର ଦିନରେ ଭାରତ ସମଗ୍ର ବିଶ୍ୱକୁ ଆଶ୍ଚର୍ୟ୍ୟ ଚକିତ ରଖି ଦେଇଥିଲା। ୧୯୯୮ ମେ’ ୧୧ ତାରିଖରେ ତତ୍କାଳୀନ ବାଜପେୟୀ ସରକାର ରାଜସ୍ଥାନର ପୋଖରାନ୍ ମରୁଭୂମିରେ ସଫଳତାର ସହ ଆଣବିକ ପରୀକ୍ଷଣ କରାଇ ଭାରତକୁ ଏକ ବିଶ୍ୱଶକ୍ତିରେ ପରିଣତ କରାଇଥିଲେ। ସମଗ୍ର ବିଶ୍ୱରେ ଭାରତ ସୃଷ୍ଟି କରିଥିଲା ନିଜର ଏକ ସ୍ୱତନ୍ତ୍ର ସ୍ଥାନ। ପୋଖରାନ୍-୨ ଭାବେ ପରିଚିତ ଏହି ଆଣବିକ ପରୀକ୍ଷଣ ସଫଳତା ପୂର୍ବକ ଶେଷ ହେବା ପରେ ଭାରତ ପୂର୍ଣ୍ଣ ଆଣବିକ ଶକ୍ତି ସଂପନ୍ନ ରାଷ୍ଟ୍ରର ମାନ୍ୟତା ପ୍ରାପ୍ତ କରିଥିଲା।
ବିଶ୍ୱ ନେତୃବୃନ୍ଦଙ୍କ ବାରଣ ଓ ଚେତାବନୀ ସତ୍ତ୍ୱେ ବାଜପେୟୀ ସରକାର ପୋଖରାନ୍-୨ ପରୀକ୍ଷଣକୁ ‘ମିଶନ ଶକ୍ତି’ ନାମରେ ଏକ ସାଙ୍କେତିକ ନାମ ଦେଇ ତାକୁ ଯେପରି ଭାବେ ସଫଳତାର ସଂପନ୍ନ କରାଇଲେ ତାକୁ ଦେଖିବା ପରେ ସମଗ୍ର ବିଶ୍ୱ ଆଶ୍ଚର୍ୟ୍ୟ ଚକିତ ହୋଇ ରହି ଯାଇଥିଲା। ଏବଂ ଭାରତର ନାଁ ବିଶ୍ୱ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହି ଯାଇଥିଲା। ଏହି ପରିପ୍ରେକ୍ଷୀରେ ଏହି ଦିନକୁ ସ୍ମରଣୀୟ କରି ରଖିବା ପାଇଁ ସେହିବର୍ଷ ଠାରୁ ଆଜିର ଦିନକୁ ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ’ ଭାବେ ପାଳନ କରାଯାଇ ଆସୁଛି।
ଆଜି ଜାତୀୟ ବୈଷୟିକ ଦିବସ ବା ନ୍ୟାସନାଲ ଟେକ୍ନୋଲୋଜି ଡେ’ ପାଳନ ଅବସରରେ ସେଇ ଘଟଣାକୁ ଆଉଥରେ ମନେ ପକାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପୋଖରାନ୍-୨ ପରୀକ୍ଷଣ ସମୟର ଏକ ବିରଳ ଭିଡିଓ ଚିତ୍ରକୁ ସର୍ବସାଧାରଣ କରାଯାଇଛି। ଏହି ଭିଡିଓ ଚିତ୍ରରେ ଦେଖିବାକୁ ମିଳିଛି ତତ୍କାଳୀନ ଡିଆରଡିଓ ମୁଖ୍ୟ ତଥା ମିସାଇଲ ମ୍ୟାନ୍ ରୂପେ ପରିଚିତ ଭାରତରତ୍ନ ସ୍ୱର୍ଗତ ଏପିଜେ ଅବଦୁଲ କଲାମ କିପରି ଭାବେ ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏକୁ ଚକ୍ମା ଦେଇ ସଫଳାତା ପୂର୍ବକ ପୋଖରାନ୍-୨ ପରୀକ୍ଷଣକୁ ସଂପନ୍ନ କରାଇଥିଲେ।
Follow Us
/kanak/media/post_attachments/wp-content/uploads/2019/05/pokharan-2-300x167.jpg)
/kanak/media/post_attachments/wp-content/uploads/2019/05/explosion-rajasthan-minister-underground-pokhran-vajpayee-visited_03f238d4-61d4-11e8-b354-8e7f0da49342-300x169.jpg)