ପିଓକେ ପ୍ରସଙ୍ଗରେ ପୁଣି ବିଜେପି-କଂଗ୍ରେସ ମୁହାଁମୁହିଁ । ନେହେରୁଙ୍କ ଉପରେ ଅମିତ ଶାହାଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ ଖପ୍ପା

129

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହରୁଙ୍କୁ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ବୁଧବାର ଲୋକସଭାରେ ଅମିତ ଶାହା ଜମ୍ମୁକାଶ୍ମୀର ସଂରକ୍ଷଣ ବିଲ ୨୦୨୩ ଓ ଜମ୍ମୁକଶ୍ମୀର ପୁର୍ନଗଠନ ସଂଶୋଧନ ବିଲ ୨୦୨୩ ଉପରେ ବୟାନ ଦେବା ସମୟରେ ନେହେରଙ୍କୁ ନେଇ ଏକ ବୟାନ ଦେଇଥିଲେ । ଶାହା କହିଥିଲେ ନେହେରୁଙ୍କ ପାଇଁ ସୃଷ୍ଟି ହୋଇଥିଲା ପିଓକେ ସମସ୍ୟା । ଯଦି ସେସମୟରେ ନେହରୁ କାଶ୍ମୀରକୁ ପୂରା ନିୟନ୍ତ୍ରଣକୁ ନେଇଥାନ୍ତେ, ଯୁଦ୍ଧ ବିରତି କରିନଥାନ୍ତେ ତେବେ ଆଜିର ଦିନରେ ପିଓକେ ଭାରତ ନିୟନ୍ତ୍ରଣ ଥାନ୍ତା । ଶାହାଙ୍କ ବୟାନକୁ କଂଗ୍ରେସ ସାଂସଦମାନେ ଜୋରଦାର ବିରୋଧ କରିଥିଲେ । ସେପଟେ କଂଗ୍ରେସ ଶାହା ଓ ମୋଦୀଙ୍କୁ ଚ୍ୟାଲେଂଜ ଦେଇଛି । ପ୍ରସଙ୍ଗ ଉପରେ ଗୃହରେ ଚର୍ଚ୍ଚା କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ।