ପାକ୍ ସେନା ଏବଂ ଆଇଏସ୍ଆଇ ସହାୟତାରେ ଆତଙ୍କବାଦୀମାନେ ଏଲ୍ଓସି ଅତିକ୍ରମ କରି ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ପିଓକେରେ ଏବେ ପ୍ରାୟ ୧୮ଟି ଆତଙ୍କବାଦୀ ଶିବିର ଏବଂ ଲଞ୍ଚ୍ପ୍ୟାଡ୍ ଭାରତୀୟ ସଂସ୍ଥା ଦ୍ବାରା ଚିହ୍ନଟ କରାଯାଇଛି। ପାକିସ୍ତାନ ସୀମାନ୍ତ ଗ୍ରାମ ଗୁଡ଼ିକୁ ଟାର୍ଗେଟ୍ କରି ଲଗାତାର ଗୁଳିଗୋଳା ବର୍ଷା କରୁଥିବାରୁ ସୀମା ନିକଟସ୍ଥ ଗାଁ ଗୁଡ଼ିକରେ ଭୟ ଖେଳି ଯାଇଛି। ସୀମା ନିକଟସ୍ଥ ଅନେକ ଗ୍ରାମରୁ ଲୋକମାବେ ଏବେ ଗାଁ ଛାଡ଼ି ଅନ୍ୟତ୍ର ଚାଲି ଯାଉଥିବା ଜଣାପଡ଼ିଛି। ଗତକାଲି ମଧ୍ୟ ରାଜୌରିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା। ତେଣୁ ଭାରତ ଏହାର କଡ଼ା ଜବାବ ଦେଇ ଆଜି ପିଓକେରେ ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ୍ ଏବଂ ପାକିସ୍ତାନୀ ପୋଷ୍ଟ୍ ଧ୍ବଂସ କରିଦେଇଥିବା ଜଣାପଡ଼ିଛି। ଲିପା ଭ୍ୟାଲି ସ୍ଥିତ ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ୍କୁ ଭାରତୀୟ ସେନା ଦ୍ବାରା ଧ୍ବଂସ କରାଯାଇଛି। ଏହି ଲଞ୍ଚ୍ ପ୍ୟାଡ୍ ଗୁଡ଼ିକ ପାକିସ୍ତାନ ସେନା ପୋଷ୍ଟ୍ ନିକଟରେ ଉପସ୍ଥିତ ଥିଲା। ପାକ୍ ସେନା ଦ୍ବାରା ଏହି ପୋଷ୍ଟ୍କୁ ବ୍ୟବହାର କରି ଭାରତୀୟ ଗ୍ରାମ ଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା। ତେଣୁ ଭାରତୀୟ ସେନା ଦ୍ବାରା ପାକିସ୍ତାନ ପୋଷ୍ଟ୍ ଏବଂ ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ୍ ଧ୍ବଂସ କରାଯାଇଥିବା ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।
ସୂଚନାନୁଯାୟୀ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜେଇଆଇ (ଜମାତ ଏ ଇସଲାମି) ରାୱଲକୋଟ୍ର ତରନୁତି ଏବଂ ପୋଥି ବାଲା ସ୍ଥିତ ଆତଙ୍କବାଦୀ ଶିବିର ଗୁଡ଼ିକର ନେତୃତ୍ବ ନେଉଛି। ପିଓକେରେ ଏବେ ଆତଙ୍କବାଦୀଙ୍କ ପାଇଁ ଭ୍ରାମ୍ୟମାଣ ତାଲିମ ଶିବିର ପ୍ରତିଷ୍ଠା ହୋଇଛି। ତେବେ ଜେଇଏମ୍ ଏବଂ ଏଲ୍ଇଟି ସମେତ ଅନ୍ୟ ପାକ୍ ଆତଙ୍କବାଦୀ ଗୋଷ୍ଠୀର ଆତଙ୍କବାଦୀମାନେ ଏହି ତାଲିମ ଶିବିରରେ ସାମିଲ ଅଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/indian-army-67-1552748912-374111-khaskhabar.jpg)
/kanak/media/post_attachments/wp-content/uploads/2019/09/pok-750x430-300x172.jpg)