ଛଡାଇ ଆଣିବୁ ପିଓକେ ! ପାକ୍ ଅଧିକୃତ କଶ୍ମୀର ନେଇ ସେନା ମୁଖ୍ୟଙ୍କ ବଡ଼ ବୟାନ । କହିଲେ, ପିଓକେ ଆମର, ସଂସଦ ନିର୍ଦ୍ଦେଶ ଦେଲେ ସେନା କରିବ ବଡ କାର୍ଯ୍ୟାନୁଷ୍ଠାନ

631

କନକ ବ୍ୟୁରୋ: ପିଓକେ ଆମର । ପାକ୍ ଅଧିକୃତ କଶ୍ମୀର ଭାରତର । ସଂସଦ ଖାଲି ନିର୍ଦ୍ଦେଶ ଦେଲେ ଆମେ ପିଓକେ ପାଇଁ ବଡ କାର୍ଯ୍ୟାନୁଷ୍ଠାନ ନେବୁ । ପାକ ଅଧିକୃତ କାଶ୍ମୀକୁ ନେଇ ଏଭଳି ବଡ ବୟାନ ଦେଇଛନ୍ତି ନୂଆ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ । ସେନା ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଏଭଳି କଥା କହିଛନ୍ତି ମୁକୁନ୍ଦ ।

ତେବେ ପାକ ଅଧିକୃତ କାଶ୍ମୀରକୁ ନେଇ ବାରମ୍ବାର ରାଜନୈତିକ ବୟାନ ଆସୁଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନୂଆ ସେନା ମୁଖ୍ୟ । ଏପରିକି ସଂସଦର ନିର୍ଦ୍ଦେଶ ମିଳିଲେ ସେନା କାର୍ଯ୍ୟାନୁଷ୍ଠାଠାନ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପିଓକେ ଏବଂ ଅକ୍ସାଇ ଚୀନକୁ ଅଧିକାର କରି ଭାରତରେ ମିଶ୍ରଣ କରାଯିବ ବୋଲି ସଂସଦରେ ସୂଚନା ଦେଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଓକେ ଅଧିକାର ନେଇ ବାରମ୍ବାର ତାଙ୍କ ଭାଷଣରେ କହିଛନ୍ତି । ଆଉ ଏବେ ସେନାମୁଖ୍ୟଙ୍କ ପିଓକେ ବୟାନ ପଡୋଶୀ ମନରେ ଛନକା ଭରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।