କନକ ବ୍ୟୁରୋ : ଚାଷ ଜମିରେ ମାଡି ଯାଇଛି ବିଷାକ୍ତ ତେଲ । ଏ ଦୃଶ୍ୟକୁ ଦେଖନ୍ତୁ କିପରି ବନ୍ୟା ଜଳ ସହିତ ବିଷାକ୍ତ ତେଲ ମିଶି ହେକ୍ଟର ହେକ୍ଟର ଚାଷ ଜମିକୁ ସମ୍ପୁର୍ଣ୍ଣ ବିଷାକ୍ତ କରିଦେଇଛି । ଧାନଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ ପୁରାପୁରି ନଷ୍ଟ ହୋଇଯାଇଛି । ବର୍ଷକର ପରିଶ୍ରମର ପଂଳକୁ ଅନେଇ ବସିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି ।

Advertisment

ଯାଜପୁର ବରୀର ଛତିଶ ଦେବିଲ ଏବଂ ଋଷିପୁର ଅଂଚଳବାସୀଙ୍କ ସମେତ ୫ରୁ ୭ଖଣ୍ଡ ଗାଁରେ ଧାନ ପଂସଲ ଓ ପରିବା ଚାଷ ନଷ୍ଟ ହେବାର  ହେଉଛି  । ଗାଁ ମୁଣ୍ଡରେ ନିର୍ମାଣଧୀନ ମେଗା ଜଳସେଚନ ପ୍ରକଳ୍ପ ଅଂଚଳରେ ରହିଥିବା ତେଲ ବ୍ୟାରେଲ ବନ୍ୟା ଜଳରେ ଭାସି ଆସି ସମଗ୍ର ଅଂଚଳରେ ବ୍ୟାପିଯିବାକୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

ଏଥିପାଇଁ ତୁରନ୍ତ କ୍ଷତିପୁରଣ ଦାବୀ କରିଛନ୍ତି ଗ୍ରାମବାସୀ । ସେପଟେ ଏ ସଂପର୍କରେ ଅନୁଧ୍ୟାନ ପରେ ଯାହା କିଛି ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।  ମେଗା ପ୍ରକଳ୍ପ ପାଇଁ କାମ ନେଇଥିବା ଠିକା କଂପାନିର ଖାମଖିଆଲି ମନୋଭାବ ଯୋଗୁଁ ଏପରି ପରିଣାମ ଭୋଗିବାକୁ ପଡୁି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।