ଅଧିକାଂଶ ସମୟରେ ଅତିରଞ୍ଜିତ ବିଜ୍ଞାପନରେ ଆକର୍ଷିତ ହୋଇ ବିନା କିଛି ଚିନ୍ତା କରି ଆମେ କୌଣସି ନା କୌଣସି କ୍ରିମ୍କୁ ନିଜ ମୁହଁରେ କିମ୍ବା କୌଣସି ପ୍ରକାର ଲିପ୍ଷ୍ଟିକ୍କୁ ଓଠରେ ବ୍ୟବହାର କରିଥାଉ। ମାତ୍ର ଆପଣ ହୁଏତ ଜାଣି ନଥିବେ ଏମିତି ଅନେକ ବିଷାକ୍ତ ସାମଗ୍ରୀ ଅଛି ଯାହା କ୍ରିମ୍ କିମ୍ବା ଲିପ୍ଷ୍ଟିକ୍ରେ ବ୍ୟବହାର ହୋଇଥିଲେ ଆଦୌ ତାହାକୁ ବ୍ୟବହାର କରିବା କଥା ନୁହେଁ। ବାୟୋବ୍ଲୁମ.କମ୍ର ସହ ନିର୍ମାତା ପ୍ରଭତି ଆନନ୍ଦ ସେହି ସାମଗ୍ରୀ ଗୁଡ଼ିକୁ ଚିହ୍ନଟ କରିଛନ୍ତି। ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।
ପାରାବେନ୍ସ: ଏହି ପାରାବେନ୍ସ ସ୍ତନ କର୍କଟ, କୁଣ୍ଡିଆ, ବାଞ୍ଝ ଦୋଷ ଆଦିର କାରଣ ହୋଇଥାଏ। ଏହା ଯେଉଁ କ୍ରିମ୍ କିମ୍ବା ଲିପ୍ଷ୍ଟିକ୍ରେ ମିଶି ଥାଏ ତାହାକୁ ବ୍ୟବହାର କରନ୍ତୁ ନାହିଁ।
ପେଟ୍ରୋକେମିକାଲ୍ସ: କ୍ରିମ୍ରେ ପେଟ୍ରୋକେମିକାଲ୍ସ ମିଶ୍ରଣ ଥିଲେ ମୁହଁରେ ଶୀଘ୍ର ବୃଦ୍ଧାପଣ ଦେଖିବାକୁ ମିଳିଥାଏ। ଏହା ତ୍ୱଚାର ବିଷାକ୍ତ ପଦାର୍ଥ ପ୍ରତିରୋଧକ ଶକ୍ତି ହ୍ରାସ ଘଟାଏ।
ଆର୍ଟିଫିସିଆଲ/ସିନ୍ଥେଟିକ୍ କଲର୍: ଏହା ଏକ ପ୍ରକାରର କର୍କଟ ସୃଷ୍ଟିକାରୀ ସାମଗ୍ରୀ।
ଆର୍ଟିଫିସିଆଲ/ସିନ୍ଥେଟିକ୍ ଫ୍ରାଗନାନ୍ସ: ଏହା ଶ୍ୱାସ, ବ୍ରେନ୍ ଡ୍ୟାମେଜ୍ କର୍କଟ ଆଦିର କାରଣ ହୋଇପାରେ। ଏହା ପ୍ରତିରକ୍ଷା ପ୍ରଣାଳୀର କ୍ଷତି ପହଞ୍ଚାଇଥାଏ।
ସୋଡିୟମ୍ ଲଉରିଲ୍ ସଲ୍ଫେଟ୍ ଏବଂ ସୋଡିୟମ୍ ଲୌରେଥ୍ ସଲ୍ଫେଟ୍: ଏହି ଧରଣ ମିଶ୍ରଣ କ୍ରିମ୍କୁ ୪୦ ପ୍ରତିଶତ ଅଧିକା ବିଷାକ୍ତ କରିଥାଏ। ଏହା ହୃତ୍ପିଣ୍ଡ୍, ଯକୃତ, ମସ୍ତିଷ୍କ ଆଦି ସମସ୍ୟାର କାରଣ ହୋଇଥାଏ।
ଟ୍ରିକ୍ଲୋସନ୍: ଏହା ମଧ୍ୟ ଏକ ପ୍ରକାର କର୍କଟ ସୃଷ୍ଟିକାରୀ। ମୁଖ୍ୟତ ହ୍ୟାଣ୍ଡ୍ ସାନିଟାଇଜର୍ରେ ଏହାକ ବ୍ୟବହାର କରାଯାଇଥାଏ।
ଫତାଲେଟ୍ସ: ଏହା ମୁଖତଃ ଅତରରେ ବ୍ୟବହାର ହୋଇଥାଏ। ଏହା ସ୍ନାୟବିକ କ୍ଷତିର କାରଣ ହୋଇଥାଏ।