ନାବାଳିକା ବେକରେ ଘଣ୍ଟା ଘଣ୍ଟା ଧରି ଫଣା ମେଲାଇ ରହିଲା ନାଗ, ମହାରାଷ୍ଟ୍ରରୁ ଆସିଛି ଲୋମଟାଙ୍କୁରା ଦୃଶ୍ୟ ।

221

କନକ ବ୍ୟୁରୋ: ମହାରାଷ୍ଟ୍ର ବର୍ଦ୍ଧା ଜିଲ୍ଲାରୁ ଏପରି ଦୃଶ୍ୟ ଦେଖିବକୁ ମିଳିଛି ଯାହା ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ତାଲୁକା ଅଂଚଳରେ ଘଟିଛି ଏହି ଘଟଣା । ୭ ବର୍ଷର ଝିଅ ପ୍ରଜ୍ଞା ଗଡକରୀ ଶୋଇଥିବାବେଳେ ରାତି ପାଖାପାଖି ୧୧ଟା ସମୟରେ ଏକ ନାଗ ସାପ ଆସି ତାଙ୍କ ବେକରେ ଗୁଡାଇ ହୋଇଯାଇଥିଲା । ଘଣ୍ଟାଏ ପରେ ଝିଅର ଆଖି ଖୋଲିବାରୁ ଡରରେ ଚିକ୍ରାର କରିଥିଲା ପ୍ରଜ୍ଞା । ପାଖରେ ଶୋଇଥିବା ପରିବାର ଲୋକେ ଉଠିବା ସହ ସାହି ପଡିଶା ବି ଦୌଡି ଆସିଥିଲେ । ଗହଳି ଓ ଝିଅର ଚିତକାର ଯୋଗୁଁ ସାପ ପ୍ରଜ୍ଞାର ହାତକୁ କାମୁଡି ପଳାଇଥିଲା ।ତୁରନ୍ତ ଝିଅକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଝିଅର ହାତ ଅପରେସନ୍ ହେବାକୁ କହିଥିଲେ ଡାକ୍ତର । ଏହାସହ ସାପ ହାତକୁ କାମୁଡିଥିବାରୁ ବିଷ ଦେହରେ ଖେଳିନହିଁ । ଏବଂ ଝିଅ ବିପଦ ମୁକ୍ତ ଥିବା ଡାକ୍ତର କହିଥିଲେ ।